ସଚିବସ୍ତରୀୟ ବୈଠକରେ ନିଷ୍ପତ୍ତି:

Talk Always Truth

ଅପାରଗ ବାବୁଙ୍କୁ ହଟାଇବା ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ
By – subhasmita Aug 13 2025

ଭୁବନେଶ୍ୱର : ସଚିବସ୍ତରୀୟ ବୈଠକରେ ଅପାରଗ ବାବୁଙ୍କ ଚାକିରି ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଅଗଷ୍ଟ ୭ ଭିତରେ ବିଭାଗୀୟ ମୁଖ୍ୟମାନଙ୍କୁ ତାଲିକା ଦେବାକୁ କୁହାଯାଇଥିଲେ, କିନ୍ତୁ ବେଶିଭାଗ ବିଭାଗ ଏହାକୁ ପାଳନ କରିନଥିଲେ। ଯେଉଁ ବିଭାଗ ତାଲିକା ଦେଇଛନ୍ତି ସେଥିରେ କୌଣସି ଅପାରଗ ବାବୁଙ୍କର ନାମ ନଥିଲା। ଏହାକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଅସନ୍ତୋଷ ପ୍ରକାଶ କରି ଅପାରଗ ବାବୁଙ୍କୁ ହଟାଇବା ପାଇଁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ କର୍ମଚାରୀଙ୍କର କାର୍ଯ୍ୟ ସମୀକ୍ଷା ପ୍ରତି ମାସରେ କରିବା, ଠିକ୍ ଭାବେ କାମ ନକରୁଥିବାଙ୍କୁ ଅବସର ପୂର୍ବରୁ ଚାକିରିରୁ ହଟାଇବା ସମ୍ବନ୍ଧୀୟ ପଦକ୍ଷେପ ନେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ସହିତ, ଲୋକସେବା ଭବନ ଓ ଖାରବେଳ ଭବନରେ ଏଆଇ କ୍ୟାମେରା ଏବଂ ଜିଓ ଫେନ୍ସିଂ ବ୍ୟବସ୍ଥା ଲାଗୁ କରାଯିବ, ଯାହା ଉପସ୍ଥାନ ଓ କାର୍ଯ୍ୟକ୍ଷମତା ଉପରେ ନଜର ରଖିବ।
ଅକ୍ଟୋବର ୧ରୁ ମୁଖ୍ୟମନ୍ତ୍ରୀଙ୍କ ଡ୍ୟାସବୋର୍ଡ କାର୍ଯ୍ୟକ୍ଷମ ହେବା ସହ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରି ପ୍ରକଳ୍ପଗତ ଅଗ୍ରଗତି ଉପରେ ନିୟମିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବୈଠକରେ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଦେଓରଂଜନ କୁମାର ସିଂହ, ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page