ଲ୍ୟାଣ୍ଡିଂବେଳେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ ||

Talk Always Truth

ନୂଆଦିଲ୍ଲୀ :ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ ବେଳେ ମଙ୍ଗଳବାର ଏକ ଏୟାର ଇଣ୍ଡିଆ ବିମାନରେ ନିଆଁ ଲାଗିଯାଇଥିଲା। ବିମାନର ପଛଭାଗରେ ଥୁବା ଅକ୍ତିଲାରୀ ପାଓ୍ବାର ୟୁନିଟ୍ (ଏପିୟୁ) ହଠାତ୍ ଜଳିବାରେ ଲାଗିଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ ପାଇଲଟ, କୁ ମେମ୍ବରଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଏଆଇ ୩୧୫ ବିମାନଟି ଦିନ ୧୨ଟା ୧୨ରେ ହଂଙ୍କରୁ ଦିଲ୍ଲୀ ଆସିଥିଲା। ଏହା ଅବତରଣ କରିବା ଏବଂ ଗେଟରେ ପାକିଂ କରିବା ପରେ ଏହାର ଏପିୟୁରେ ନିଆଁ ଲାଗିଯାଇଥିଲା। (ଏପିୟୁ ହେଉଛି ଏକ ଛୋଟ ଇଞ୍ଜିନ ଯହା କି ମୁଖ୍ଯ ଇଞ୍ଜିନ ବନ୍ଦ ହେବା ପରେ ବିମାନର ଜରୁରି ସିଷ୍ଟମକୁ ବିଦ୍ୟୁତ୍ ଯୋଗାଣ କରିଥାଏ)। ସେହି ସମୟରେ ଯାତ୍ରୀମାନେ ବିମାନରୁ ବାହାରିବା ଆରମ୍ଭ କରିଦେଇଥିଲେ। ନିଆଁ ଲାଗିବା ପରେ ଏପିୟୁ ଆପେ ବନ୍ଦ ହୋଇଯାଇଥିଲା। ତେବେ ଏଥିଯୋଗୁ କାହାରି କ୍ଷୟକ୍ଷତି ହୋଇନାହିଁ। ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତ୍ରୁଟି ଯଞ୍ଚ ପାଇଁ ବିମାନକୁ ରୋକଯାଇଛି । ସାଧାରଣତଃ ବିମାନ ଟର୍ମିନାଲରେ ଅଟକି ରହିଥିବା ବେଳେ ଏହାର ଇଞ୍ଜିନ ବନ୍ଦ ରହିଥାଏ। କିନ୍ତୁ ଏପିୟୁ ମାଧ୍ୟମରେ ବିଦ୍ୟୁତ ଯୋଗାଣ ଜାରି ରହିଥାଏ। ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କି ଅଗ୍ନିକାଣ୍ଡ ଯୋଗୁ ବିମାନର କିଛି କ୍ଷତି ଘଟିଛି। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ବିମାନକୁ ଅଟକାଯାଇ ଯାଞ୍ଚ କରାଯାଉଛି । ଘଟଣା ସମ୍ପର୍କରେ ରେଗୁଲେଟୋରୀ ସଂସ୍ଥାକୁ ସୂଚୀତ କରାଯାଇଛି। ଅନ୍ୟପକ୍ଷରେ ଆଜି ଦିଲ୍ଲୀରୁ କୋଲକାତା ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକାଇ ଦିଆଯାଇଛି। ବିମାନରେ ୧୬୦ ଜଣ ଯାତ୍ରୀ ଥିଲେ ଏବଂ ଏହା ଉଡାଣ କରିବା ଲାଗି ରନୱେକୁ ଯାଇଥିଲା। ସେହି ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା !


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page