
୨୦୩୫ ପୂର୍ବରୁ ଦେଶରେ କଡ଼ା ସୁରକ୍ଷା କବଚ
By – subhasmita Aug 15 2025
ନୂଆଦିଲ୍ଲୀ: ୭୯ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ‘ମିସନ ସୁଦର୍ଶନ ଚକ୍ର’ ଘୋଷଣା କରିଛନ୍ତି । ସୁରକ୍ଷାକୁ ପ୍ରଥମ ସ୍ଥାନରେ ରଖି, ୨୦୩୫ ପୂର୍ବରୁ ଦେଶର ସମସ୍ତ ହସ୍ପିଟାଲ, ରେଲୱେ ଷ୍ଟେସନ୍, ସାମରିକ ଅଞ୍ଚଳ ସହିତ ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତର ଟେକ୍ନୋଲୋଜି ଏମିତି ଶକ୍ତିଶାଳୀ ହେବ, ଯେଉଁଥିରେ ଶତ୍ରୁଙ୍କର ଯେକୌଣସି ଆକ୍ରମଣକୁ ପ୍ରତିରୋଧ କରି, ପାଲଟା ଆକ୍ରମଣ କରିପାରିବ ।” ସେ ଭଗବାନ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରକୁ ଏହି ମିସନର ପ୍ରେରଣା ଭାବେ ଉଲ୍ଲେଖ କରିଥିଲେ ।
ଏହି ପ୍ରକଳ୍ପ ଆଗାମୀ ୧୦ ବର୍ଷ ଭିତରେ ସାକାର କରାଯିବା ସହ, ସମସ୍ତ ଗବେଷଣା ଓ ନିର୍ମାଣ ଦେଶରେ ହିଁ କରାଯିବ । ‘ପ୍ଲସ୍ ୱାନ୍’ ନୀତି ଆଧାରରେ ଏହି ସୁଦର୍ଶନ ଚକ୍ର ୱିପନ୍ ସିଷ୍ଟମ୍ରେ ନିର୍ଦ୍ଦିଷ୍ଟ ଟାର୍ଗେଟ୍କୁ ପ୍ରହାର କରି, ପୁଣି ଫେରିଆସିବାର କ୍ଷମତା ରହିବ ।