ଲଦାଖ ହିଂସା: ପ୍ରତିବାଦ ଅଧିକାର ହିଂସା ଅସ୍ୱୀକାର କଡ଼ା ସନ୍ଦେଶ ଦେଲେ ଉପରାଜ୍ୟପାଳ

Talk Always Truth

By – SUBHASMITA ସେପ୍ଟେମ୍ବର 26 2025
ଲଦାଖରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ପରିପ୍ରେକ୍ଷିତରେ ଉପରାଜ୍ୟପାଳ କବିନ୍ଦର ଗୁପ୍ତା ଆଜି ଦୃଢ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, “ପ୍ରତିବାଦ କରିବା ଗଣତାନ୍ତ୍ରିକ ଅଧିକାର, କିନ୍ତୁ ଏହା ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ । ହିଂସାକୁ କେବେ ବି ସହି ଯିବ ନାହିଁ।”
ଗୁପ୍ତା ସଙ୍କେତ ଦେଇଛନ୍ତି ଯେ ଲଦାଖର ହିଂସା ପଛରେ ବିଦେଶୀ ହାତ ଥାଇପାରେ । ସେ ବାଂଲାଦେଶ ଓ ନେପାଳର ସମ୍ପ୍ରତିର ଆନ୍ଦୋଳନକୁ ଉଦ୍ଧୃତ କରି କହିଛନ୍ତି ଯେ କିଛି ଷଡଯନ୍ତ୍ରକାରୀ ଲଦାଖର ଶାନ୍ତିପୂର୍ଣ୍ଣ ପରିବେଶକୁ ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି ।
ଗତ ଦୁଇ ଦିନରେ ହିଂସାତ୍ମକ ଘଟଣାରେ ୪ ଜଣଙ୍କ ମୃତ୍ୟୁ ଓ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପରିସ୍ଥିତିରେ କାନୁନ-ଶୃଙ୍ଖଳା ରକ୍ଷା ପାଇଁ ଲେହରେ କର୍ଫ୍ୟୁ ଜାରି କରାଯାଇଛି । କାର୍ଗିଲରେ କେଡିଏ (କାର୍ଗିଲ ଡେମୋକ୍ରାଟିକ୍‌ ଆଲାୟାନ୍ସ) ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି ।
ଲେହରେ ଉପରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ପୁଲିସ, ସିଆରପିଏଫ୍‌ ଓ ସିଭିଲ୍‌ ଆଡମିନିଷ୍ଟ୍ରେସନ୍‌ର ଅଧିକାରୀମାନେ ଯୋଗଦେଇଥିଲେ । ଗୃହମନ୍ତ୍ରାଳୟର ଏକ ବିଶେଷ ଟିମ୍‌ ମଧ୍ୟ ସ୍ଥିତି ଆକଳନ ପାଇଁ ଲେହରେ ପହଞ୍ଚିଛି ।
Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page