Vivo T4 ସିରିଜରେ, କମ୍ପାନୀ ଭାରତରେ ଆଉ ଏକ ବଜେଟ୍ 5G ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Vivo ଫୋନଟି ୫୭୦୦mAh ବ୍ୟାଟେରୀ, ୧୨GB RAM ଭଳି ପାୱାରଫୁଲ୍ ଫିଚର୍ସ ସହିତ ଆସିଥାଏ । ଏହି ସିରିଜରେ, Vivo T4 ବ୍ୟତୀତ, କମ୍ପାନୀ ଏପର୍ଯ୍ୟନ୍ତ Vivo T4 Ultra, Vivo T4 Lite ଏବଂ Vivo T4x ଲଞ୍ଚ କରିଛି । ଏହା ଏହି ସିରିଜର ପଞ୍ଚମ ଫୋନ୍ । Vivo T4R 5G ଇ-କମର୍ସ ୱେବସାଇଟ୍ Flipkart ରେ ସେଲ୍ ପାଇଁ ଉପଲବ୍ଧ କରାଯିବ ।
Vivo T4R 5G ପ୍ରାଇସ୍ :
ଏହି Vivo ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ରହିଛି- ୮GB RAM + ୧୨୮GB ଷ୍ଟୋରେଜ୍, ୮GB RAM + ୨୫୬GB ଷ୍ଟୋରେଜ୍ ଏବଂ ୧୨GB RAM + ୨୫୬GB ଷ୍ଟୋରେଜ୍ । ଫୋନର ପ୍ରାରମ୍ଭିକ ମୂଲ୍ୟ ୧୯,୪୯୯ ଟଙ୍କା । ସେହିଭଳି, ଏହାର ଅନ୍ୟ ଦୁଇଟି ଭାରିଆଣ୍ଟ ଯଥାକ୍ରମେ ୨୧,୪୯୯ ଟଙ୍କା ଏବଂ ୨୩,୪୯୯ ଟଙ୍କା । ଫୋନର ପ୍ରଥମ ସେଲ୍ ୫ ଅଗଷ୍ଟ ଦିନ ୧୨ଟାରେ ଇ-କମର୍ସ ୱେବସାଇଟ୍ Flipkart ରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ, ଆପଣ ଏହାକୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ରିଟେଲ୍ ଷ୍ଟୋରରୁ ମଧ୍ୟ କିଣିପାରିବେ ।
Vivo T4R 5Gର ଫିଚର୍ସ :
Vivo T4R 5Gରେ ଦୁଇଟି କଲର ଅପ୍ସନ ରହିଛି ଯାହା ହେଉଛି- ବ୍ଲୁ ଏବଂ ସିଲଭର । କମ୍ପାନୀ ଦାବି କରିଛି ଯେ ଏହା ଏହି ମୂଲ୍ୟ ସୀମାର ସବୁଠାରୁ ପତଳା ଫୋନ୍, ଯାହାର ମୋଟେଇ ମାତ୍ର ୭.୩୯mm । ଏହି Vivo ଫୋନ୍ଟି ୬.୭୭-ଇଞ୍ଚ FHD+ Quad Curved AMOLED ଡିସ୍ପ୍ଲେ ସହିତ ଆସିଥାଏ । ଏହି ଫୋନର ଡିସପ୍ଲେର ପିକ୍ ବ୍ରାଇଟନେସ୍ ୧୮୦୦ ନିଟ୍ସ ଏବଂ ଏହା ୧୨୦Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ ।
ଏଥି ସହ ଜାଣିରଖନ୍ତୁ ଯେ, ଏହି ଫୋନଟି MediaTek Dimensity 7400 ପ୍ରୋସେସରରେ କାମ କରେ । ଏହା ୧୨GB ପର୍ଯ୍ୟନ୍ତ RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜକୁ ସପୋର୍ଟ କରିବ । ଏଥି ସହ ଫୋନର RAM ଏବଂ ଷ୍ଟୋରେଜକୁ ଏକ୍ସପାଣ୍ଡ କରାଯାଇପାରିବ । ଏହି Vivo ଫୋନ୍ଟି Android 15 ଉପରେ ବେସ୍ଡ FuntouchOS 15ରେ କାମ କରେ । ଏହି ମିଡ୍ ବଜେଟ୍ ଫୋନ୍ରେ Google Gemini ବେସ୍ଡ AI ଫିଚର୍ସ ମଧ୍ୟ ପ୍ରଦାନ କରାଯାଇଛି ।
ଫୋନର ରିୟରରେ ଡୁଆଲ କ୍ୟାମେରା ସେଟଅପ୍ ରହିଛି । ଏଥିରେ ୫୦MP ମେନ୍ ଏବଂ ୨MP ବ୍ୟାକ୍ କ୍ୟାମେରା ଅଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୩୨MP କ୍ୟାମେରା ଅଛି । ଏହି ଫୋନରେ ୫୭୦୦mAh ବ୍ୟାଟେରୀ ଏବଂ ୪୪W ଫାଷ୍ଟ ଚାର୍ଜିଂ ମଧ୍ୟ ରହିଛି । ଏହାକୁ IP68 ଏବଂ IP69 ରେଟିଂ ଦିଆଯାଇଛି, ଯାହା ଯୋଗୁଁ ଫୋନଟି ଓଦା ହେଲେ କିମ୍ବା ପାଣିରେ ବୁଡ଼ିଗଲେ ମଧ୍ୟ କ୍ଷତି ହେବ ନାହିଁ । ଯଦି ଆପଣ ଏକ ଜବରଦସ୍ତ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅକ୍ସନ ହୋଇପାରିବ !