ରେକର୍ଡ କଲେ ଗିଲ୍ ||

Talk Always Truth

ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ ଦେଖି ଭାରତୀୟ ଙ୍କ ମନ ଖୁସି ||
ଅଧିନାୟକ ଭାବେ ଶୁବମନ ଗିଲ୍‌ଙ୍କ ଦ୍ବିଶତକ ପରେ ବୋଲର୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି। ରବୀନ୍ଦ୍ର ଜାଡ଼େଜା ଙ୍କ ସହ ମିଶି ଦ୍ବିଶତକୀୟ ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍‌ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଭାରତର ପ୍ରଥମ ପାଳି ୫୮୭ ରନ୍‌ରେ ଶେଷ ହୋଇଛି। ଜବାବରେ ଇଂଲଣ୍ଡ ୨୫ ରନ୍‌ ଭିତରେ ୩ ୱିକେଟ୍ ହରାଇ (ଡକେଟ୍‌, ପୋପ୍‌, କ୍ରଲି) ପ୍ରାରମ୍ଭିକ ସଙ୍କଟ (୭୭/୩)ରେ ପଡ଼ିଛି।

ଗୁରୁବାର ଭାରତ ୩୧୦/୫ରୁ ଖେଳିବା ପରେ ଦିନତମାମ ଇଂଲଣ୍ଡ ବୋଲର୍‌ଙ୍କୁ ନୟାନ୍ତ କରିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ରବୀନ୍ଦ୍ର ଜାଡ଼େଜା ମାତ୍ର ୧୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଟଙ୍ଗ୍ ବଡିଲାଇନ୍ ସର୍ଟ ପିଚ୍‌ ପରୀକ୍ଷାରେ ଶିକାର କରି ନେଇଥିଲେ। ସେହିଭଳି ଚା’ପାନ ବିରତି ପୂର୍ବରୁ ୱାସିଂଟନ୍‌ ସୁନ୍ଦରଙ୍କୁ ବି ଅର୍ଦ୍ଧଶତକ କରାଇ ଦେଇନଥିଲେ ଜୋ ରୁଟ୍‌। ବ୍ୟାଟିଂ କମାଲ ଉଦାହରଣ ସହ ଦଳର ନେତୃତ୍ବ ନେଇଥିବା ଗିଲ୍‌ ଏକାଧିକ ରେକର୍ଡ କରିଥିଲେ। ଉଭୟ ଟେଷ୍ଟ୍ ଓ ଦିନିକିଆରେ ଦ୍ବିଶତକ ଅର୍ଜନ କରିବାରେ ବିଶ୍ବର ପଞ୍ଚମ ଖେଳାଳି ହୋଇଥିଲେ। ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ରୋହିତ ଶର୍ମା ଓ କ୍ରିସ୍ ଗେଲ୍ ଏହି କ୍ଲବ୍‌ର ସଦସ୍ୟ ଥିଲେ। ସେହିଭଳି ଦେଶ ବାହାରେ ସର୍ବୋଚ୍ଚ ପାଳି ଖେଳିବାରେ ଗିଲ୍ (୨୬୯) କେବଳ ବୀରେନ୍ଦ୍ର ସେହବାଗ (୩୦୯, ମୁଲତାନ) ଓ ରାହୁଲ ଦ୍ରାବିଡ଼ (୨୭୦, ରାୱଲପିଣ୍ଡି)ଙ୍କ ପରେ ତୃତୀୟ ଭାରତୀୟ ହୋଇଛନ୍ତି। ସେହବାଗ ଓ ଦ୍ରାବିଡ଼ ୨୦୦୪ ପାକିସ୍ତାନ ଗସ୍ତରେ ଏହା କରିଥିଲେ। ପ୍ରଥମ ପାଳିରେ ଭାରତ ପ୍ରଥମ ୫ ୱିକେଟ୍ ହରାଇବା ପରେ ୩୭୬ ରନ୍ ଅଧିକ ଯୋଡ଼ିବା ଏକ ଭାରତୀୟ ରେକର୍ଡ ହୋଇଛି। ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଇଡେନ୍ ଗାର୍ଡେନ୍ସ ଟେଷ୍ଟ୍‌ରେ ଭାରତ ପୂର୍ବରୁ ସର୍ବାଧିକ ୩୭୦ ରନ୍ କରିଥିଲା।
ଏହା ନିଶ୍ଚୟ ଭାରତ ପାଇଁ ଏବଂ ଭାରତ ର ଖେଳ ପ୍ରେମୀ ଙ୍କ ପାଇଁ ଏକ ଖୁସି ର ଖବର ||


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page