
By -subhasmita Aug 13 -2025
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ରର ପ୍ରଭାବରେ ଆସନ୍ତା ୩ ଦିନ ଧାରାବାହିକ ଭାବେ ଓଡିଶାର ଅନେକାଂଶ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବ।
ମାଲକାନଗିରି ଓ କୋରାପୁଟରେ ଆସନ୍ତାକାଲି (୧୫ ତାରିଖ) ପବନ ବେଗ ୩୦-୪୦ କିମି ପ୍ରତି ଘଣ୍ଟା ଥିବା ସହ ପ୍ରବଳ ବର୍ଷା ଓ ଝଡ଼ ପଡ଼ିବା ସମ୍ଭାବନା ରହିଛି। ଏହି ଅଞ୍ଚଳ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ଗଜପତି, ରାୟଗଡା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବି ଯେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଓଡିଶାର ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ଅଞ୍ଚଳ ଅଶାନ୍ତ ରହିବାରୁ ଆସନ୍ତା ୪ ଦିନ (୧୬ ତାରିଖ ପର୍ଯ୍ୟନ୍ତ) ସମୁଦ୍ର ମଧ୍ୟରେ ମତ୍ସଜୀବୀ ଓ ଜଳକ୍ରୀଡ଼ା କାର୍ଯ୍ୟକଳାପ ବନ୍ଦ ରହିବ।