ରାଇରଙ୍ଗପୁର ହସ୍ପିଟାଲରେ ଡାକ୍ତର ଗାଏବ୍ :

Talk Always Truth

ଚିକିତ୍ସା ପାଇଁ ଲାଇନ୍‌ରେ ଅଟକିଲେ ଶତାଧିକ ରୋଗୀ
By -Subhasmita Aug 14 2025
ରାଇରଙ୍ଗପୁର୧୪.୦୮.୨୦୨୫ : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଧିନସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଅଭାବ ନେଇ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି l ଗୁରୁବାର ସକାଳେ ଓପିଡି ବାହାରେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବା ଶତାଧିକ ରୋଗୀ ଡାକ୍ତରଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କଲେ, କିନ୍ତୁ ୬ଜଣ ଡାକ୍ତରଙ୍କ ସ୍ଥାନରେ କେବଳ ୩ଜଣ ହିଁ ଉପସ୍ଥିତ ଥିଲେ । ବାକି ୩ଟି ସିଟ୍‌ ଖାଲି ଥିବା ବେଳେ ଚକ୍ଷୁ ବିଭାଗର ଡାକ୍ତର ମଧ୍ୟ ଅନୁପସ୍ଥିତ ଥିଲେ l
ଅଧିକାରୀମାନଙ୍କ ପାଖରେ ଏହି ସମସ୍ୟା ସମ୍ପର୍କରେ ପୂର୍ବରୁ ସୂଚନା ନଥିବାରୁ,ରୋଗୀମାନଙ୍କ ଯନ୍ତ୍ରଣା ଆହୁରି ବଢ଼ିଛି । ଏହି ହସ୍ପିଟାଲକୁ ବାମାନଘାଟି ଉପଖଣ୍ଡର ୬ଟି ବ୍ଲକ୍‌ ସମେତ ପଡ଼ୋଶୀ ଝାଡଖଣ୍ଡରୁ ମଧ୍ୟ ରୋଗୀ ଆସୁଛନ୍ତି । ଡାକ୍ତର ଅଭାବରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଚିକିତ୍ସା ପାଇଁ ଦୀର୍ଘ ସମୟ ଲାଇନ୍‌ରେ ଅଟକି ଶେଷରେ ନିରାଶ ହୋଇ ଫେରୁଥିବା ଲକ୍ଷ୍ୟ କରାଯାଇଛି l


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page