ରତ୍ନଭଣ୍ଡାର ସ୍ଥାନାନ୍ତର: କାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

Talk Always Truth

By -SUBHASMITA ସେପ୍ଟେମ୍ବର 22 2025
ପୁରୀ: କାଲି (ମଙ୍ଗଳବାର) ସକାଳ ୧୦ଟାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମୁଖ୍ୟତଃ ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଏହି ବ୍ୟବସ୍ଥା ନିଆଯାଇଛି।
ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମାପ୍ତ ହେବା ପରେ, ବର୍ତ୍ତମାନ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପ୍ରକ୍ରିୟା ହେବ।
ଏହି ସମୟରେ ନାଟମଣ୍ଡପ ଏବଂ ଜଗମୋହନ ପରିସରକୁ ଶୋଧ କରାଯିବ। ସ୍ଥାନାନ୍ତର କାର୍ଯ୍ୟ ସମାପ୍ତ ପରେ ପୁନର୍ବାର ସାଧାରଣ ଦର୍ଶନ ସ୍ୱାଭାବିକ ହେବ। ଯାହାହେଉ, ପ୍ରକ୍ରିୟା ସମୟରେ ମୁଖ୍ୟ ଦେଉଳ ଓ ଝୁଲଣମଣ୍ଡପରେ ଭକ୍ତମାନଙ୍କ ପ୍ରବେଶକୁ ବାରଣ କରାଯିବ।
ତଥାପି, ମହାପ୍ରସାଦ ପାଇବାକୁ ଭକ୍ତମାନେ ଆନନ୍ଦ ବଜାରରୁ ନେଇପାରିବେ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page