ଯୁବମୋର୍ଚ୍ଚା ସଭାପତି ଅଭିଳାଷ ବର୍ଷିଲେ ||

Talk Always Truth

ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅସଲ ଚେହେରା ଜଣାପଡ଼ିଛିଏବେ ନୈତିକତା ଦୃଷ୍ଟିରୁ ଭକ୍ତ ଦାସ ପଦରୁ ଇସ୍ତଫା ଦିଅନ୍ତୁ | ଗିରଫ ଉଦିତଙ୍କୁ ସସପେଣ୍ଡ କରି କଂଗ୍ରେସ ହାତ ସଫା କରିବାକୁ ଚାହୁଁଛି ଅଳକା ଲାମ୍ବା ଓ ସୋଫିଆ ଫିର୍କୋଷ ସାମ୍ବାଦିକ ସମ୍ମିଳନୀ କରିବେ କି?ଭୁବନେଶ୍ବର, ତା ୨୧ ।୭ (ପିଏନଏସ).ସୋମବାର ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ବେଶ ବର୍ଷିଛନ୍ତି। ଗତ କିଛିଦିନ ତଳେ ଯେଉଁ ଛାତ୍ର କଂଗ୍ରେସ ନେତା ଅଭିଯୁକ୍ତ ଉଦିତ୍ ପ୍ରଧାନ ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ କୁମ୍ଭୀର କାନ୍ଦଣା ଜାନ୍ଦୁଥିଲେ ଆଜି ତାଙ୍କର ଅସଲ ଚେହେରା ଧରା ପଡିଯାଇଛି। ମହିଳାଙ୍କୁ ନ୍ୟାୟ ଦେବାପାଇଁ ଆନ୍ଦୋଳନ କରୁଥିବା ବ୍ୟକ୍ତି ନିଜେ ଦୁଷ୍କର୍ମୀବୋଲି ଜଣାପଡ଼ିଛି। ଏବେ କଂଗ୍ରେସ ଦଳ ତାଙ୍କୁ କିନ୍ତୁ ନିଲମ୍ବନ କଂଗ୍ରେସ କରି ଭାବୁଛନ୍ତି ଦଳର ବାଗ ଦୋମୁହାଁ ଲିଭାଇ ନୀତି ଦେଇଛି। ସ୍ପଷ୍ଟ ହୋଇଛି।ଅଭିଳାଷ କହିଛନ୍ତି ଯେ ଉଦିତ ଏବେ ନୁହେଁ ପୂର୍ବରୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ୨୭ ମେ ୨୦୨୪ରେ ଖଣ୍ଡଗିରି ଥାନାରେ ଉଦିତଙ୍କ ନାମରେ ଡକାୟତି ଅଭିଯୋଗ ହୋଇଥିଲା ଟଙ୍କା ଠକେଇ, ଅପରାଧୂକ ମାନସିକତା ରଖ୍ ମାରଧର କରିବା ଭଳି ଅଭିଯୋଗ ହୋଇଥିଲା । ଘଟଣାର ତିନି ମାସରେ କଂଗ୍ରେସ ତାଙ୍କୁ ପୁରସ୍କାର ଦେଇ ଛାତ୍ର ସଭାପତି ଦାୟିତ୍ବ ଦେଲେ।କଂଗ୍ରେସ ସଭାପତି ଭକ୍ତ ଦାସଙ୍କୁ ପ୍ରଶ୍ନ କରି ଅଭିଳାଷ କହିଛନ୍ତି ଯେ, ବାଲେଶ୍ବର ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ଏବେ ଭକ୍ତ ଦାସ ନିଜେ ନିଯୁକ୍ତ କରିଥିବା ପୂର୍ବରୁ ଅଭିଯୋଗ ଥିବା ଛାତ୍ର ସଭାପତି ଏଭଳି କାଣ୍ଡ କରିଛନ୍ତି, ତେଣୁ ଭକ୍ତଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ କି ? ସେହିପରି ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଅଳକା ଲାମ୍ବାଙ୍କୁ ପ୍ରଶ୍ନ ଯେ ଆମେଟଙ୍କା ଯୋଗାଡ଼ କରି ଟିକେଟ କରି ପଠେଇବୁ ନିଜ ବିରୁଦ୍ଧରେ ତଳର ଗୋଟେ ତା ପ୍ରେସମିଟ ଶାଖାର କରିବେ ପ୍ରଜାପତି କି? ଏବଂ ବିଧାୟିକା ସୋଫିଆ ଫିନ୍ଦୋଷ ନିଜ ଛାତ୍ର ନେତାଙ୍କ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିବେ କି? ସେ କହିଛନ୍ତି ଯେ, ନାରୀ ନିର୍ଯ୍ୟାତନା ମାମଲାରେ କଂଗ୍ରେସ ଦଳର ଲମ୍ବା ଇତିହାସ ରହିଛି ଛବିରାଣୀ ହତ୍ୟାକାଣ୍ଡରୁ ଆରମ୍ଭ କରି ଅଞ୍ଜନା ମିଶ୍ର, ନୈନା ସାହାଣୀ ଘଟଣା ପର୍ଯ୍ୟନ୍ତ ସବୁଥ୍ରେ କଂଗ୍ରେସ ଦଳ ନେତାଙ୍କ ସମ୍ପୃକ୍ତି ରହିଛି। ମାତ୍ର ତତ୍କାଳୀନ କଂଗ୍ରେସ ସରକାର ସେମାନଙ୍କୁ ନ୍ୟାୟ ଦେଇ ପାରି ନଥିଲା | ଆଜି ବି ମଧ୍ଯ ପ୍ରଧାନଙ୍କ ପରି ବହୁ ଇଗ୍ରେସ ନେତା ନାରୀ ନିର୍ଯାତନାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ କଂଗ୍ରେସ ଘଣ୍ଟ ଘୋଡାଇଥିବାବେଳେ ବିଜେପି ସରକାର ମହିଳା ହିଂସା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପାଇକରାୟ, ରାଜ୍ୟ ସଂଯୋଜକ ଚଣ୍ଡୀପ୍ରସାଦ ବେହେରା, ଭୁବନେଶ୍ଵର ଜିଲ୍ଲା ଯୁବ ମୋର୍ଜା ସଭାପତି ସୟଂସେବକ ରାୟ ଉପସ୍ଥିତ ଥିଲେ |


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page