socialtalknews

ଯୁଦ୍ଧ ଭିତରେ ବଡ଼ ଅପଡେଟ ଦେଲେ ଡୋନାଲଡ ଟ୍ରମ୍ପ

ଯୁଦ୍ଧ ଭିତରେ ବଡ଼ ଅପଡେଟ ଦେଲେ ଡୋନାଲଡ ଟ୍ରମ୍ପ

ଯୁଦ୍ଧ ଭିତରେ ବଡ଼ ଅପଡେଟ ଦେଲେ ଡୋନାଲଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅସ୍ତ୍ର ବିରତି ଘୋଷଣା । ୧୨ ଦିନର ସଂଘର୍ଷର ଏବେ ଦ ଏଣ୍ଡ । ଇରାନର ପ୍ରତିଶୋଧ ଆଗରେ ନଇଁଗଲା କି ଆମେରିକା | ସେଥିପାଇଁ ସଂପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଟ୍ରମ୍ପ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ।

ସେଥିପାଇଁ ଇସ୍ରାଏଲ-ଇରାନ ଯୁଦ୍ଧ ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ ସୋମବାର ତାଙ୍କ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ କହିଛନ୍ତି ଯେ ଇସ୍ରାଏଲ ଓ ଇରାନ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଯୁଦ୍ଧବିରତି ହେବ ବୋଲି ସହମତି ହୋଇଛି। ଟ୍ରମ୍ପଙ୍କ ଘୋଷଣା କିମ୍ବା ଏ ବାବଦରେ ଇସ୍ରାଏଲ ଓ ଇରାନ ପକ୍ଷରୁ କୌଣସି ତୁରନ୍ତ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଇଛି ଯେ ୨୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ଯୁଦ୍ଧ ଶେଷ ହେବ । ଉଭୟ ଦେଶକୁ ସେମାନଙ୍କର ଶେଷ ମିଶନ ସମାପ୍ତ କରିବାକୁ ଛଅ ଘଣ୍ଟା ସମୟ ଦିଆଯାଇଛି। ସେ କହିଛନ୍ତି ଯେ ସେହି ସମୟରେ ମଧ୍ୟରେ ଇରାନ ଆକ୍ରମଣ ବନ୍ଦ କରିବ ଓ ୧୨ ଘଣ୍ଟା ପରେ ଇସ୍ରାଏଲ ମଧ୍ୟ ଆକ୍ରମଣ ବନ୍ଦ କରିବ। ଏହାର 12 ଘଣ୍ଟା ପରେ, ଯୁଦ୍ଧ ସମ୍ପୂର୍ଣ୍ଣ ଶେଷ ବୋଲି ବିବେଚନା କରାଯିବ । କିନ୍ତୁ ଅସ୍ତ୍ରବିରତି ନେଇ ଇରାନ ମନା କରିଛି । ଆଗ ଇସ୍ରାଏଲ ବନ୍ଦ କରୁ ଏୟାରଷ୍ଟ୍ରାଇକ ବୋଲି କହିଛି ଇରାନ । କତାରର ଏନେଇ ମଧ୍ୟସ୍ଥତା ପରେ ମଞ୍ଜୁର ହୋଇପାରେ । ତେବେ ଏନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।  

Share the Post:

Related Posts

ହିମାଚଳରେ ବନ୍ୟାର ତାଣ୍ଡବ ||

ବନ୍ୟା ଏବଂ ଭୂସ୍ଖଳନରେ ୬୩ ମୃତ, ୪୦ ନିଖୋଜ ,ପାଖାପାଖି ୪୦୦ କୋଟିର କ୍ଷୟକ୍ଷତି ,ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ସ୍ଥିତିଜୁଲାଇ ୭

Read More