ମୋ ବସ୍ ରେ ସ୍ଥିତି ନିୟନ୍ତ୍ରଣ କରିବେ ?

Talk Always Truth

ସପ୍ତାହକୁ ଦୁଇ ଦିନ ‘ଆମ ବସ୍‌’ରେ ଯାତ୍ରା କରିବେ କ୍ରୁଟ୍‌ ଅଧିକାରୀ
ଭୁବନେଶ୍ୱର: ‘ଆମ ବସ୍‌’ ସେବାର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିବା ସହ ଏହି ସେବାକୁ ଆହୁରି ଉନ୍ନତ କରିବାକୁ ଅଣ୍ଟା ଭିଡ଼ିଛନ୍ତି କ୍ରୁଟ୍‌ ପରିଚାଳନା ନିର୍ଦେଶକ ଡ. ଏନ୍‌. ଥିରୁମାଲା ନାୟକ। ଆଜି ସେ ଅଚାନକ ସାଧାରଣ ଯାତ୍ରୀଙ୍କ ଭଳି ‘ଆମ ବସ୍‌’ରେ ଟିକଟ କାଟି ଯାତ୍ରା କରିବା ସହ ସ୍ଥିତି ପରଖିଛନ୍ତି। କ୍ରୁଟ୍‌ ସେବା ଓ ଯାତ୍ରୀଙ୍କ ପ୍ରତି କର୍ମଚାରୀଙ୍କ ଆଚାର ବ୍ୟବହାର ବୁଝିଛନ୍ତି। ସମସ୍ତ କ୍ରୁଟ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ସପ୍ତାହକୁ ଅତି କମରେ ଦୁଇଥର ‘ଆମ ବସ୍‌’ରେ ଯାତ୍ରା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟକ୍ଷ ଭାବେ ଯାତ୍ରୀଙ୍କ ଅଭିଜ୍ଞତା ଜାଣିବା ଓ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସହଜ ହେବ ଏବଂ କ୍ରୁଟ୍‌ ପ୍ରଶାସନିକ ଅଧିକାରୀ ଓ ଯାତ୍ରୀଙ୍କ ଭିତରେ ଦୂରତ୍ୱ ଦୂର ହେବ ବୋଲି ଡ. ନାୟକ କହିଛନ୍ତି।
ଆଜି ଡ. ନାୟକ, ଆମ ବସ୍‌ ଚାଳକ ଓ ଅନ୍ୟ କର୍ମଚାରୀଙ୍କ ଅଜାଣତରେ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱରର ପ୍ରମୁଖ ରୁଟ୍‌, ରୁଟ୍‌-୧୦(କିଟ୍‌ ଛକରୁ ଇନ୍‌ଫୋସିଟି ଛକ) ଓ ରୁଟ୍‌-୧୩(ଟ୍ରାଇଡେଣ୍ଟ କଲେଜ ଠାରୁ କେଶରୀ ଛକ) ପର୍ଯ୍ୟନ୍ତ ଯାତ୍ରା କରିଥିଲେ। କେତେବେଳେ ଗହଳି କାରଣରୁ ଠିଆ ହୋଇ ତ କେତେବେଳେ ସିଟ୍‌ରେ ବସି ଯାତ୍ରା କରିଥିଲେ। ଏହି ସମୟରେ ସେ ବସ୍‌ ଯାତ୍ରୀଙ୍କ ସହ କ୍ରୁଟ୍‌ ସେବା ଉପରେ କଥା ହୋଇଥିଲେ। ସେହିଭଳି କ୍ରୁଟ୍‌ ମହାପ୍ରବନ୍ଧକ(ପରିଚାଳନା ଓ ରକ୍ଷଣାବେକ୍ଷଣ) ସଞ୍ଜୟ ବିଶ୍ୱାଳ ଆଜି ଅଚାନକ କଟକ ରୁଟ୍‌ରେ ଯାଉଥିବା ଆମ ବସ୍‌ରେ ଯାତ୍ରା କରିଥିଲେ। ଶ୍ରୀ ବିଶ୍ବାଳ କଟକ ସିଡିଏ-୯ଠାରୁ କଳାରାହାଙ୍ଗ, ଭୁବନେଶ୍ୱର ଯାତ୍ରା କରିବା ଅବସରରେ ଯାତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ସୁବିଧା ଅସୁବିଧା ବୁଝିଥିଲେ। ସୂଚନାଯୋଗ୍ୟ ଯେ ଯାତ୍ରୀଙ୍କ ଅନୁଭୂତି ତଥା ଆପତ୍ତି ଅଭିଯୋଗ ଶୁଣିବା ପାଇଁ କ୍ରୁଟ୍‌ ପକ୍ଷରୁ ଅନ୍‌ଲାଇନ୍‌ ଫିଡ୍‌ବ୍ୟାକ୍‌ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ଆମ ବସ୍ ସେବାରେ ରୁଟ୍ ସମ୍ପର୍କିତ ମତାମତ, ଗୋଟିଏ ବସ୍ ପରେ ଅନ୍ୟ ବସ୍‌ର ସମୟ, ଆମ ବସ୍ ଆପ୍ଲିକେସନ୍‌, ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳର ବୃଦ୍ଧି ଭଳି ସାମଗ୍ରିକ ସେବାର ଉନ୍ନତି ଦିଗରେ ଏଥିରେ ମତାମତ ସଂଗ୍ରହ କରାଯିବ। ଯାତ୍ରୀ ଅନୁଭୂତି ପାଇଁ ଆମ ବସ୍ ମୋବାଇଲ୍ ଆପ୍ଲିକେସନ୍‌ରେ ମଧ୍ୟ ଏକ ମତାମତ ଫର୍ମ ଯୋଡ଼ା ହେବ। ଏଥିରେ ନିୟମିତ ଭାବେ ବିଭିନ୍ନ ମତାମତକୁ ନେଇ ଆମ ବସ୍ ସେବାକୁ ଉନ୍ନତ କରାଯିବ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page