By- SUBHASMITA oct 25 2025
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗଠିତ ହେଉଥିବା ‘ମୋନ୍ଥା’ ବାତ୍ୟା ଏବେ ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହି ଭୀଷଣ ବାତ୍ୟା ୨୮ ତାରିଖ ସନ୍ଧ୍ୟା ବା ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ କଳିଙ୍ଗପାଟନାମ ଓ ମଛଲିପଟନମ ମଧ୍ୟରେ ଥିବା କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ।
ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ଯାଏ ଥିବା ସହ ସର୍ବାଧିକ ୧୧୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଆକଳନ ହୋଇଛି। ଓଡ଼ିଶାରେ ସ୍ଥଳଭାଗ ନଛୁଇଁଲେ ବି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାରେ ଭାରି ବର୍ଷା ଓ ଜୋର ପବନ ପଡିବା ସମ୍ଭାବନା ରହିଛି।
ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ୨୭ ତାରିଖରୁ ବର୍ଷା ଆରମ୍ଭ ହେବ ଓ ୨୮ ଓ ୨୯ ରେ ପବନ ବୋହିବା ସହ ବର୍ଷା ଚାଲିଥିବ। ୩୦ ତାରିଖରେ ବର୍ଷା କମି ହାଲୁକା ବର୍ଷା ହେବ।
ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଯିବାକୁ ମନା କରାଯାଇଛି। ସେଥିପାଇଁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି ରହିଛି। ଏପରି ସମୟରେ ସରକାରୀ ଯନ୍ତ୍ରଣା ପ୍ରସ୍ତୁତି ଆରମ୍ଭ କରିଛି ଓ ଲୋକଙ୍କୁ ସତର୍କ ରହିବାକୁ ପାଇଁ ଅନୁରୋଧ କରାଯାଇଛି।
Socialtalknews
