ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ କରିଛନ୍ତି

Talk Always Truth

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ଐତିହାସିକ ଘାନା ଗସ୍ତ ହେଉଛି ଗତ ୩୦ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ଭାରତ ଏବଂ ଘାନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଯାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଗଭୀର କରିବ। ଉଭୟ ଦେଶ ମଧ୍ୟରେ କଳା ସଂସ୍କୃତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଘାନାର ରାଷ୍ଟ୍ରପତି ଜନ ମହାମା ପହଲଗାମ ଆତଙ୍କୀ ହମଲାକୁ ମଧ୍ୟ ନିନ୍ଦା କରିଛନ୍ତି। ଭାରତ ଆତଙ୍କବାଦ ବିରୋଧରେ ନେଉଥିବା ପଦକ୍ଷେପକୁ ମଧ୍ୟ ସେ ସ୍ବାଗତ କରିଛନ୍ତି।

ମୋଦିଙ୍କୁ ଘାନାର ସର୍ବୋଚ୍ଚ ନାଗରିକ ସମ୍ମାନ । ଘାନା ରାଷ୍ଟ୍ରପତି ଜନ ମହାମା ଦ୍ବାରା ମୋଦିଙ୍କୁ ଘାନା ର ସର୍ବୋଚ୍ଚ ନାଗରିକ ସମ୍ମାନ `ଅଫିସର ଅଫ ଦି ଅର୍ଡ଼ର ଅଫ ଦି ଷ୍ଟାର ଅଫ ଘାନା’ ସମ୍ମାନରେ ସମ୍ମାନିତ କରାଯାଇଛି । ମୋଦି କହିଛନ୍ତି ଏହି ସମ୍ମାନ ମୁଁ ୧.୪ ଆରବ ଭାରତୀୟଙ୍କ ତରଫରୁ ବିନମ୍ରତାର ସହ ସ୍ବୀକାର କରୁଛି ।ଘାନା ସହ ୫ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଘାନା ଗସ୍ତ ହୋଇଥିବାବେଳେ ୩୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଘାନା ଗସ୍ତ କରିଛନ୍ତି। ଘାନା ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷା, ଶକ୍ତି, ଅର୍ଥନୈତିକ , ଏବଂ ବିକାଶ ସହଯୋଗ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦି। 


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page