
(ବିଏମ୍ସି) କାର୍ଯ୍ୟାଳୟରେ ସୋମବାର ରେ ଘଟିଥିବା ଘଟଣାକୁ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ । ଓଏଏସ୍ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ସହ ଅଧିକାରୀମାନେ ସମୂହ ଛୁଟିରେ ଯାଇଛନ୍ତି । ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବାରୁ ଲୋକମାନେ କାର୍ଯ୍ୟ ନକରିପାରି ନିରାଶ ହୋଇ ଫେରୁଛନ୍ତି । ଏହାକୁ ନେଇ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି ।
ସେଥିରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହି ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ , ଶିଳ୍ପ ମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରୀ ବିଭୂତି ଜେନା ମଧ୍ୟ ଉପସ୍ଥିତ ଅଛନ୍ତି ।