ମୁଁ ସେଇ ଜମିରେ ଝୁଲୁଥିବା ମୃତ ମାଙ୍କଡ :

ମୋ ମୁହଁରେ ଶବ୍ଦ ନାହିଁ, କିନ୍ତୁ ମୋ ଶରୀରର ପ୍ରତ୍ୟେକ ଆଘାତ ଆଜି ଚିତ୍କାର କରୁଛି
ମୁଁ କେବେ ମଣିଷକୁ ମାରିନଥିଲି,ମୁଁ କେବେ କାହାର ଘର ଜଳାଇନଥିଲି ମୁଁ କେବେ କାହାର ଧର୍ମ, ଜାତି, ରାଜନୀତି ପଚାରିନଥିଲି |ତଥାପି ମୋ ଶେଷ ଫଳାଫଳ ହେଲା ଫାସ
ପ୍ରଥମେ ମୋତେ ମାରିଲେ ହାତରେ ନୁହେଁ,ମଣିଷର ମନରେ ଥିବା ରାକ୍ଷସୀ ଭାବନାରେ
ତାପରେ ମୋ ମୃତଦେହକୁ ଝୁଲାଇ ,ନିଜ ନିର୍ମମତାକୁ “ସାହସ” ବୋଲି ପ୍ରଦର୍ଶନ କଲେ ।
ବା ବା ରେ ମଣିଷ!ତୁମେ ମୋତେ ପଶୁ କୁହ କିନ୍ତୁ ପ୍ରଥମେ ରକ୍ତ ତ ପ୍ରଥମେ ତୁମ ହାତରୁ ବହିଲା ମୋ ଆଖି ଖୋଲା ଅବସ୍ଥାରେ ଝୁଲୁଛି ସେଇ ଆଖିରେ ପ୍ରଶ୍ନ ଅଛି,
ଏହି କାମ ପରେ ତୁମେ ଆଜି ରାତିରେ ଶାନ୍ତିରେ ଘୁମେଇପାରିବ କି?ଯୁଗ ବଦଳିଗଲା,ଆଂଜ୍ଞା କିନ୍ତୁ ମଣିଷର ମନ ଆଜି ବି ପଥର
ଆଇନ ଆଜି ଚୁପ୍ ସେଇ ଚୁପ୍ ଆଗାମୀଦିନେ ଅନେକ ନିରିହ ଜୀବଙ୍କ ମୃତ୍ୟୁର ଦସ୍ତାବେଜ ହେବ
ଆଜି ମୁଁ ଗୋଟେ ମାଙ୍କଡ,ଆସନ୍ତାକାଲି କିଏ?କୁକୁର? ଗାଈ?ନା ତୁମ ନିଜ ରକ୍ତ?ମୋ ମୃତ୍ୟୁ ଗୋଟେ ଘଟଣା ନୁହେଁ,ଏହା ମଣିଷ ଜାତିର ଚରିତ୍ରପତ୍ର ।ଯେଉଁଠି ଲେଖା ଅଛି “ପଶୁ ନିରିହ, ମଣିଷ ନିର୍ମମ।”ଆଜି ଯଦି ତୁମ ଆଖି ଭିଜିଲା,
ତେବେ ତୁମେ ଆଉ ରାକ୍ଷସ ନୁହେଁ।କିନ୍ତୁ ଯଦି ଏହାକୁ ଦେଖି ବି ଚୁପ୍ ରହିଲେ
ତେବେ ମନେ ରଖ,ମୋ ମୃତ୍ୟୁର ଦୋଷୀ କେବଳ ହାତ ନୁହେଁ,ମୋ ମୃତ୍ୟୁର ଦୋଷୀ କେବଳ ହାତ ନୁହେଁ,ତୁମେ ବି ନୀରବ |

socialtalknews

Leave a Comment