ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ମହାକାଶକୁ ଯାଉଛି ପୁଅ । ଖୁସିରେ ମାଆ ବାପାଙ୍କ ଆଖିରୁ ଶୁଖୁନି ଲୁହ । ପୁଅର ଏହି ସଫଳତାକୁ ଦେଖି କାନ୍ଦିପକାଇଲେ ଶୁଭାଂଶୁଙ୍କ ମାଆ । ପୁଅର ମହାକାଶ ଯାତ୍ରା ଦେଖି ଗର୍ବରେ ସିନା ଛାତି କୁଣ୍ଢେମୋଟ ହୋଇଛି , କିନ୍ତୁ ସତେ ଯେମିତି ଏତେ ଦୂରକୁ ପୁଅକୁ ପଠାଇ ମା’ ଆଖିର ଲୁହ ଶୁଖୁନି ।
ହଁ ଆଜ୍ଞା ଯେତେବେଳେ ପରିବାରର କେହି ସଦସ୍ୟ ଘର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ପରିବାରର ସମସ୍ତେ ଭାବବିହ୍ୱଳ ହୋଇଯାଆନ୍ତି । ଯଦି ଆପଣଙ୍କର ପରିବାରର କେହି ମହାକାଶ ଯାଏ ତେବେ କେମିତି ଅନୁଭବ ହେବ? ଆଜି ଏମିତିଆ ଘଟଣା ଘଟିଛି ଗୋଟେ ପୁଅ ତା ମା କୁ ଛାଡି ଅନ୍ୟ ସହର, ବାହାର ରାଜ୍ୟ କି ବିଦେଶ ନୁହେଁ । ପୃଥିବୀ ପୃଷ୍ଠରୁ ମହାକାଶ ଯାତ୍ରା କରିଛନ୍ତି ଶୁଭାଶୁଂ ଶୁକ୍ଳା ।
ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା । ଆଜି ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ଅନ୍ତରୀକ୍ଷକୁ ଯାଇଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ୩ ମହାକାଶଚାରୀ । ପୁଅର ଏହି ସଫଳତାକୁ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଶୁଭାଂଶୁଙ୍କ ମାଆ । ପୁଅ ପାଇଁ ଯେତିକି ଗର୍ବ ଅନୁଭବ ହେଉଛି ମନରେ ସେତିକି ଡର ବି ରହିଛି । କାରଣ ସେ ପରା ମା’ । ସନ୍ତାନ ଯେତେ ବଡ଼ ହେଲେ ବି ମା’ ପାଇଁ ସେ ସବୁବେଳେ ଛୋଟ ପିଲାଟି ପରି । ନିଜ ପୁଅକୁ ମହାକାଶ ଯାତ୍ରା କରିବାର ଦେଖି ଗର୍ବରେ ଛାତି କୁଣ୍ଢେମୋଟ ହୋଇଛି ସିନା, କିନ୍ତୁ ଏତେ ଦୂରକୁ ପୁଅକୁ ପଠାଇବା ବେଳେ ମା’ ଆଖିର ଲୁହ ଶୁଖୁନି ।