socialtalknews

ମାଟି ତଳୁ ଜୀବନ :

ମାଟି ତଳୁ ଜୀବନ :

ମାଟି ତଳୁ ଜୀବନ :

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ମାଟି ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ :
ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀ ଧରାଲି ଗାଁରେ ମାଟି ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ । ଯୁଆଡ଼େ ଚାହିଁଲେ କେବଳ ଧ୍ବଂସ ଚିତ୍ର । ପୋତି ହୋଇଯାଇଛି ବଡ଼ ବଡ଼ ବିଲ୍ଡିଂ । ଧୋଇ ଯାଇଛି ରାସ୍ତା, ଭୁଶୁଡ଼ି ପଡ଼ିଛି ପୋଲ । ମାଟି ପଙ୍କ ଆଉ ବଡ଼ ବଡ଼ ପଥର ଖଣ୍ଡ ଭିତରେ ନିଖୋଜଙ୍କୁ ଖେଜୁଛନ୍ତି ରେସକ୍ୟୁ ଟିମ । ନିୟୋଜିତ ହୋଇଛନ୍ତି ଆର୍ମୀ, ଆଇଟିବିପି, ଏନଡିଆରଏଫ ଓ ଏସଡିଆରଫ ଟିମ୍ ।
ରାଡାର ସହ ତ୍ରିରଙ୍ଗା ମାଉଣ୍ଟେନ୍ ରେସକ୍ୟୁ ଟିମ ପଠାଇଛନ୍ତି କେନ୍ଦ୍ର ସରକାର । ସ୍ଥାନେ ସ୍ଥାନେ ୧୦ରୁ ୨୦ ଫୁଟ ଉଚ୍ଚର ମାଟି ଆଉ ଆବର୍ଜନା ଗଦା କରି ଦେଇଛି ପ୍ରଳୟଙ୍କରୀ ବନ୍ୟା । ପ୍ରବଳ ବର୍ଷା ଜାରି ରହିଛି । ତା ସାଙ୍ଗକୁ ବନ୍ଧୁର ଉପତ୍ୟାକା ଆଉ ଚାରିଆଡ଼େ ଯୋଗାଯୋଗ ବିଛିନ୍ନ କାରଣରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରୁ ନାହିଁ । ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ । ଦେଖିଛନ୍ତି ଧ୍ବଂସର ଚିତ୍ର । ବନ୍ୟା ଆଉ ଭୂସ୍ଖଳନରେ ନିଶ୍ଚିହ୍ନ ହୋଇ ଯାଇଛି ଧରାଲି ଗାଁ ।
ଏଥି ସହ ଅନେକ ହୋଟେଲ ମଧ୍ୟ ଧ୍ବଂସ ହୋଇ ଯାଇଛି । କେତେ ସ୍ଥାନୀୟ ଲୋକ, କେତେ ଜଣ ପର୍ଯ୍ୟଟକ ଏବଂ କେତେଜଣ ହୋଟେଲ କର୍ମଚାରୀ ନିଖୋଜ ଅଛନ୍ତି ଏପର୍ଯ୍ୟନ୍ତ ତାର ସଠିକ ହିସାବ ମିଳିନି । ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା, ଅଧା ରାସ୍ତାରେ ଫସିଲା ରେସକ୍ୟୁ ଟିମ୍, ଅଟକିଛି ଆମ୍ବୁଲାନ୍ସ

Share the Post:

Related Posts

ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ

Read More