ମାଆ ଦୁର୍ଗାଙ୍କ ଅବତରଣରେ ଭକ୍ତିମୟ ପରିବେଶ, ଆଜି ପୀଠରେ ମହାଅଷ୍ଟମୀ – ମଣ୍ଡପରେ ମହାସପ୍ତମୀ ପାଳନ :

Talk Always Truth

By -SUBHASMITA ସେପ୍ଟେମ୍ବର 29 2025
କଟକ: ନବରାତ୍ର ପୂଜାର ମହାତ୍ମୟ ମଧ୍ୟରେ ଆଜି ପୀଠମାନଙ୍କରେ ମହାଅଷ୍ଟମୀ ଓ ମଣ୍ଡପମାନଙ୍କରେ ମହାସପ୍ତମୀ ପାଳନ ହେଉଛି । ଶକ୍ତିପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଥିବା ବେଳେ ମାଆଙ୍କ ବିଭିନ୍ନ ବେଶ ଦର୍ଶନ ପାଇ ଭକ୍ତମାନେ ଧନ୍ୟ ହେଉଛନ୍ତି
କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକଚଣ୍ଡୀ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ମା ଗଡଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଶୋଭିତ । ଆଧ୍ୟାତ୍ମିକ ପରିବେଶରେ ଭକ୍ତମାନେ ମାଆଙ୍କ ଚରଣରେ ପ୍ରାର୍ଥନା କରୁଛନ୍ତି ।
ସେହିପରି କେନ୍ଦୁଝର ଘଟଗାଁ ମାଆ ତାରିଣୀ ପୀଠରେ ମହାସପ୍ତମୀ ଉତ୍ସବରେ ଭୋରୁ ଆରମ୍ଭ ହୋଇଥିବା ପୂଜାବିଧିରେ ମାଆଙ୍କୁ ସୁନାବେଶରେ ଶୋଭିତ କରାଯାଇଛି । ବଡ଼ସିଂଘାର, ମଙ୍ଗଳଆରତି, ମାର୍ଜଣା ସହିତ ଶୋଡଶୋପଚାରରେ ପୂଜା ଚାଲିଛି ।
ଦଶହରା ପର୍ଯ୍ୟନ୍ତ ମାଆଙ୍କ ସୁନାବେଶ ଦର୍ଶନ ପାଇବେ ଭକ୍ତମାନେ । ଏହାକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ପୀଠମାନଙ୍କରେ ଆହୁରି ବଢ଼ିବାରେ ଲାଗିଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page