
ଶ୍ରାବଣ ମାସକୁ ସାଧାରଣ ତ ଆମେ ଶିବଙ୍କ ମାସ ବୋଲି କହିଥାଉ ! ଏହି ମାସରେ ଶିବ ଓ କାଉଡିଆ ଙ୍କ ଭିତର ଥିବା ପ୍ରେମ କୁ ଆମେ ଦେଖିବାକୁ ପାଉ ! କାଇଁ କେତେ ଦୂରରୁ କାଉଡିଆ ଟେ ନିଜ କାନ୍ଦରେ ପାଣିକୁ ବୋହି ଆଣି ଶିବ ଙ୍କ ଉପର ଢାଳିଥାଏ ! ସତେ ଯେପରି ଭୋଳାବାବା ଭକ୍ତଙ୍କ ସେ ପାଣିକୁ ଗ୍ରହଣ କରିବାଲାଗି ଚାହିଁରହିଥାନ୍ତି !
ଚାହୁଁ ଚାହୁଁ ଯେ ଶ୍ରାବଣ ମାସ ଆସିଗଲା ଶ୍ରାବଣ ମାସ ଆରମ୍ଭ ରୁ ଦେଖିବାକୁ ମିଳିଛି ଏକ ଆଲୋହିକ ଘଟଣା !
ଉତ୍ତରପ୍ରଦେଶ ବାଗପାଡ଼ ଜିଲ୍ଲାର ବାଡେତ -ମୁଜଫରନଗର କାଉଡିଆ ଯାତରେ ଶିବଶକ୍ତି ସହ ପ୍ରେମର ଏକ ଅଭୁତ ସମଙ୍ଗ ଦେଖିବାକୁ ମିଳିଛି ! ଦିଲ୍ଲୀ ର ନରେଲାରେ ରହୁଥିବା ଶିବ ଭକ୍ତ ରାହୁଲ କୁମାର ହରିଦ୍ୱାରରୁ 121 ଲିଟର ଗଙ୍ଗା ଜଳ ଭାର ଉଠାଇ କାଉଡିଆ ଯାତ୍ରା ଆରମ୍ଭ କରିଛନ୍ତି ! ରାହୁଲଙ୍କ ଏପରି କଠିନ ସଂକଳ୍ପ ପଛରେ ରହିଛି ଏକ କାରଣ ମଧ୍ୟ! ମଙ୍ଗଳବାର ପାଣି ଭାର ଧରି ବାଡେତ ପହଁଚିଥିବା ରାହୁଲ କହିଛନ୍ତି ଯେ ଏହା ତାଙ୍କର ଚତୁର୍ଥ କାଉଡିଆ ଯାତ୍ରା ! ଏହା ପୂର୍ବରୁ ସେ 101 ଲିଟର ଗଙ୍ଗା ଜଳ ଧରି କାଉଡିଆ ଯାତ୍ରା ସଂପୂଣ୍ୟ ନ ହେବା ଯାଏ ଏ ବିଷୟରେ କିଛି କହିବାକୁ ମନା କରିଥିଲେ ! ସେ କହିଥିଲେ ସଂକଳ୍ପ ଯେତେବେଳେ ପୂରା ହେବ ମୁଁ ସେତେବେଳେ ସମସ୍ତଙ୍କୁ କହିବି ! ଚଳିତବର୍ଷ ସେ 121 ଲିଟର ଜଳଭାର ଧରି 220 କିଲୋମିଟର ଯାତ୍ରା ଚାଲିଛନ୍ତି! ଦେବାଧିଦେବ ମହାଦେବଙ୍କ ଏହି ଭକ୍ତି ମାର୍ଗ ରେ ରାହୁଲଙ୍କ ସାଥୀ ପାଲଟିଛନ୍ତି ତାଙ୍କ ସାଙ୍ଗ ନନ୍ଦଲାଲ! ସେ ବାଇକ ଧରି ତାଙ୍କ ସାଙ୍ଗରେ ଚାଲୁଛନ୍ତି ! ଦୁହେଁ ବୋଲ୍ ବମ୍ ହର ହର ବମ୍ କହି ଆଗକୁ ବଢୁଛନ୍ତି ! ତେବେ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ଵରୁ ହିଁ କିଛି ସ୍ଥାନରେ କାଉଡିଆ ଭକ୍ତ ସଂକଳ୍ପ ହେଇ ପାଣି ଭାର ଧରି ଭୋଳାବାବାଙ୍କୁ ଅଭିଷେକ କରାଇବା ପାଇଁ ବାହାରି ସାରିଲେଣି !11ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରାବଣ କାଉଡିଆ ଯାତ୍ରା ଅଗଷ୍ଟ 9 ତାରିଖରେ ଶେଷ ହେବ! ରାହୁଲଙ୍କ ପରି ଏମିତି ଅନେକ ଶ୍ରଦ୍ଧାଳୁ ମନରେ ସଂକଳ୍ପ କରି ମହାଦେବ ଶିବଳୟକୁ ଯାଆନ୍ତି ଏବଂ ଜଳଭିଷେକ କରି ମନରେ ଥିବା ମାନସିକ ପୂରଣ କରିବା ପାଇଁ ଭୋଳାବାବାଙ୍କୁ ବିନତି କରନ୍ତି ! ରାହୁଲଙ୍କ ଏହି ଭକ୍ତି ଏବଂ ପ୍ରେମର ଉଦାହରଣ କାଉଡିଆ ଯାତ୍ରାରେ ସାମିଲ ହେଉଥିବା ଭକ୍ତଙ୍କ ପାଇଁ ପ୍ରେରଣା ଯେଗାଇବ !