ଭିଜିଲାନ୍ସର ପ୍ରଶ୍ନ ଘେରରେ ବର୍ତ୍ତମାନ ଅଛନ୍ତି SDO ର ଡିଲେଶ୍ୱର ମାଝୀ

Talk Always Truth

ଏବେ ଭିଜିଲାନ୍ସର ଜାଲରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ । ତାଙ୍କ ବାସଭବନରେ ଚଢାଉ ଏବେ କରୁଛି ଭିଜିଲାନ୍ସ ଟିମ୍ । ଟିଟିଲାଗଡ଼ ଅଫିସ୍, ଘର ସମତେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ଝାରସୁଗୁଡ଼ା ସହ ପୈତୃକ ଗାଁରେ ଚାଲିଛି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଏବେବି ଭିନ୍ନ ଭିନ୍ନ ସ୍ଥାନରେ ତାର ଖୋଳତାଡ ଜାରି ରଖିଛି। ଏତେ ଟଙ୍କା ଏବଂ ସମ୍ପତ୍ତି ଆସିଲା କେଉଁଠୁ ବୋଲି ପ୍ରଶ୍ନ ଘେରରେ ବର୍ତ୍ତମାନ ଏସଡିଓ ।

ସମ୍ବଲପୁର ଟାଉନ, ୟୁନିଟ-୧୬ (ସରଲା), ସମ୍ବଲପୁରରେ ଅବସ୍ଥିତ ଗୋଟିଏ ଦୁଇ ମହଲା କୋଠା। ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ୟୁନିଟ-୨ର ଗଣ୍ଡାଘୋରା ମୌଜାରେ ଦୁଇ ମହଲା କୋଠା। ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଗଣ୍ଡାଘୋରା, ନୂଆଡିହି ମୌଜାରେ ଅବସ୍ଥିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ।ଝାରସୁଗୁଡ଼ା ଜିଲା ଲହାଣ୍ଡାବୁଡ଼ରେ ଦୁଇଟି ହାଉସିଂ ବୋର୍ଡ ଘର। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ରିସର୍ଚ୍ଚ ଏବଂ ବି ଡିଭିଜନ କାର୍ଯ୍ୟାଳୟରେ ଅବସ୍ଥିତ କାର୍ଯ୍ୟାଳୟ ଚାମ୍ବର। ବଲାଙ୍ଗୀର ଟିଟଲାଗଡ଼ରେ ଅବସ୍ଥିତ ସରକାରୀ କ୍ୱାର୍ଟରରେ ଚଢ଼ାଉ ଜାରି ରହିଛି। ଚଢ଼ାଉ ପରେ ମୋଟ୍‌ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସର ଜନୈକ ଅଧିକାରୀ କହିଛନ୍ତି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page