ଭାରତକୁ ଆଉ ଏକ ଝଟକା ଦେଲା ଆମେରିକା :

Talk Always Truth

୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍
ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି ।
ଭାରତକୁ ଆଉ ଏକ ଝକଟା ଦେଲା ଆମେରିକା : ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନିକୁ କଲା ବ୍ୟାନ୍
କନକ ବ୍ୟୁରୋ : ଭାରତକୁ ଆଉ ଏକ ଝଟକା ଦେଇଛି ଆମେରିକା । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହି କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ । ଇରାନ ଏଥିରୁ କରୁଥିବା ଆୟର ଏକ ବଡ଼ ଅଂଶ ଯୁଦ୍ଧ ଓ ସାମରିକ ସଂଘର୍ଷକୁ ପ୍ରୋତ୍ସାହିତ କରିବା ପାଇଁ ଖର୍ଚ୍ଚ କରୁଛି । ଏହା ଇରାନ ଉପରେ ଆତଙ୍କବାଦକୁ ସମର୍ଥନ କରିବାର ଅଭିଯୋଗ ମଧ୍ୟ ଆଣିଛି ।ଆମେରିକାର ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, “ଇରାନ ସରକାର ମଧ୍ୟପ୍ରାଚ୍ୟରେ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି ଏବଂ ଅସ୍ଥିରତା ବିସ୍ତାର କରିବା ପାଇଁ ଟଙ୍କା ବ୍ୟବହାର କରୁଛି । ଏହି ରାଜସ୍ୱ ଉତ୍ସକୁ ବନ୍ଦ କରିବା ପାଇଁ ଆମେରିକା ପଦକ୍ଷେପ ନେଉଛି, ଯାହାକୁ ଇରାନ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ବ୍ୟବହାର କରେ ।” ଆମେରିକାର ବୈଦେଶିକ ବିଭାଗ ବୁଧବାର ଦିନ ଇରାନ ସହିତ ବ୍ୟବସାୟ କରୁଥିବା ୨୦ ଟି କମ୍ପାନିକୁ ବ୍ୟାନ୍ କରିଛି, ଯେଉଁଥିରେ ଛଅଟି ଭାରତୀୟ କମ୍ପାନି ମଧ୍ୟ ସାମିଲ ଅଛି । ଛଅଟି ଭାରତୀୟ କମ୍ପାନି ଉପରେ ପ୍ରତିବନ୍ଧକ
ଆମେରିକା ଭାରତର ଆଲକେମିକାଲ୍ ସଲ୍ୟୁସନ୍‌ସ ପ୍ରାଇଭେଟ୍ ଲିମିଟେଡ୍, ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍‌ସ ଲିମିଟେଡ୍, ଜୁପିଟର୍ ଡାଏ କେମ୍ ପ୍ରାଇଭେଟ୍ ଲିମିଟେଡ୍, ରାମନିକଲାଲ୍ ଏସ୍ ଗୋସାଲିଆ ଆଣ୍ଡ୍ କମ୍ପାନି, ପର୍ସିଷ୍ଟେଣ୍ଟ୍ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ କାଞ୍ଚନ ପଲିମର୍ସ କମ୍ପାନିକୁ ବ୍ୟାନ୍ କରିଛି ।

  • ଆଲକେମିକାଲ୍ ସଲ୍ୟୁସନ୍‌ସ ପ୍ରାଇଭେଟ୍ ଲିମିଟେଡ୍ – ଏହି କମ୍ପାନି ଜାନୁଆରୀରୁ ଡିସେମ୍ବର ୨୦୨୪ ମଧ୍ୟରେ ଇରାନରୁ ୮୪ ମିଲିୟନ୍ ଡଲାର୍‌ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଥିବା ଅଭିଯୋଗ ହୋଇଛି ।
  • ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍‌ସ ଲିମିଟେଡ୍ – ଗ୍ଲୋବାଲ୍ ଇଣ୍ଡଷ୍ଟ୍ରିଆଲ୍ ଜୁଲାଇ ୨୦୨୪ ରୁ ଜାନୁଆରୀ ୨୦୨୫ ମଧ୍ୟରେ ଇରାନରୁ ମିଥାନଲ୍ ସମେତ ୫୧ମିଲିୟନ୍ ଡଲାରୁ ଅଧିକ ମୂଲ୍ୟର ଉତ୍ପାଦ କ୍ରୟ କରିଥିବା ଅଭିଯୋଗ ହୋଇଛି ।
  • ଜୁପିଟର ଡାଏ କେମ୍ ପ୍ରାଇଭେଟ୍ ଲିମିଟେଡ୍ ଜାନୁଆରୀ ୨୦୨୪ ରୁ ଜାନୁଆରୀ ୨୦୨୫ ମଧ୍ୟରେ ଇରାନରୁ ୪୯ ମିଲିୟନ୍ ଡଲାର୍‌ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଥିବା ଅଭିଯୋଗ ହୋଇଛି ।
  • ରାମନିକଲାଲ ଏସ୍ ଗୋସାଲିଆ ଆଣ୍ଡ କୋ ଜାନୁଆରୀ ୨୦୨୪ ରୁ ଜାନୁଆରୀ ୨୦୨୫ ମଧ୍ୟରେ ଇରାନରୁ ୨୨ ମିଲିୟନ୍ ଡଲାରରୁ ଅଧିକ ମୂଲ୍ୟର ଉତ୍ପାଦ କିଣିଥିବା ଅଭିଯୋଗ ହୋଇଛି ।
  • ପର୍ସିଷ୍ଟେଣ୍ଟ ପେଟ୍ରୋକେମ୍ ପ୍ରାଇଭେଟ୍ ଲିମିଟେଡ୍ – ଆମେରିକା କହିଛି ଯେ ଏହି କମ୍ପାନି ଅକ୍ଟୋବର ୨୦୨୪ ରୁ ଡିସେମ୍ବର ୨୦୨୪ ମଧ୍ୟରେ ଇରାନରୁ ପ୍ରାୟ ୧୪ମିଲିୟନ୍ ଡଲାର୍‌ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଛି । ଏଥିରେ ମିଥାନଲ୍ ମଧ୍ୟ ଅନ୍ତର୍ଭୁକ୍ତ ।
  • କାଞ୍ଚନ ପଲିମର୍ସ – ଏହି କମ୍ପାନି ଇରାନରୁ ୧.୩ମିଲିୟନ୍ ଡଲାର୍‌ରୁ ଅଧିକ ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କିଣିଥିଲା ।

ତେବେ, ଭାରତ ସହିତ, ଆମେରିକା ଅନ୍ୟ ଦେଶର କମ୍ପାନିଗୁଡ଼ିକୁ ମଧ୍ୟ ନିଷିଦ୍ଧ କରିଛି । ଏଥିରେ ତୁର୍କୀ, ୟୁଏଇ, ଚୀନ୍ ଏବଂ ଇଣ୍ଡୋନେସିଆ ଅନ୍ତର୍ଭୁକ୍ତ । ଆମେରିକା ଏହା ମଧ୍ୟ କହିଛି ଯେ ଏହି ଦେଶଗୁଡ଼ିକର କମ୍ପାନିଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଛନ୍ତି ଏବଂ ଏହି କାରଣରୁ ସେମାନଙ୍କୁ ନିଷେଧ କରାଯାଇଛି !


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page