socialtalknews

ଭାଙ୍ଗିଲେ ରେକର୍ଡ ଅମିତ ଶାହ:

ଭାଙ୍ଗିଲେ ରେକର୍ଡ ଅମିତ ଶାହ:

ଭାଙ୍ଗିଲେ ରେକର୍ଡ ଅମିତ ଶାହ:

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ସବୁଠାରୁ ଦୀର୍ଘ ସମୟ ଧରି ଏହି ପଦବୀରେ ରହିବାର ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।
ଅଗଷ୍ଟ ୪, ୨୦୨୫ ସୁଦ୍ଧା ଅମିତ ଶାହ ଗୃହମନ୍ତ୍ରୀ ଭାବରେ ୨,୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି । ଏହା ପୂର୍ବରୁ ଲାଲକୃଷ୍ଣ ଆଡଭାନୀ ୧୯ ମାର୍ଚ୍ଚ, ୧୯୯୮ରୁ ୨୨ ମେ’, ୨୦୦୪ ପର୍ଯ୍ୟନ୍ତ ମୋଟ ୨,୨୫୬ ଦିନ ଧରି ଗୃହମନ୍ତ୍ରୀ ରହି ରେକର୍ଡ କରିଥିଲେ । ଅମିତ ଶାହ ୩୦ ମେ’, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସଂସଦୀୟ ଦଳ ବୈଠକରେ ଅମିତ ଶାହଙ୍କର ପ୍ରଶଂସା କରିଥିଲେ । ଶାହଙ୍କ କାର୍ଯ୍ୟକାଳ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଅନ୍ୟତମ । ଏହି ରେକର୍ଡ ସହିତ ଶାହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ପରି ପୂର୍ବତନ ଗୃହମନ୍ତ୍ରୀମାନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି !

Share the Post:

Related Posts

ପୁଣି ବଢ଼ିଲା ସୁନା ରେଟ,

୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି

Read More