socialtalknews

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ବିଶ୍ୱର ସବୁଠୁଁ ସଂରକ୍ଷିତ ଦେଶ ତାଲିକା !

ନ୍ୟୁମିଓ ସେପ୍ଟି ଇଣ୍ଡେକ୍ସ-୨୦୨୫ର ସବୁଠୁ ସୁରକ୍ଷିତ ଦେଶମାନଙ୍କର ତାଲିକା ଜାରି କରିଛି। ଏହି ତାଲିକାର ଶୀର୍ଷରେ ଅଛି ୟୁରୋପୀୟ ଦେଶ ଅଣ୍ଡୋରା । ଅର୍ଥାତ୍ ଚଳିତ ବର୍ଷ ଅଣ୍ଡୋରାକୁ ବିଶ୍ଵର ସବୁଠୁ ସୁରକ୍ଷିତ ଦେଶର ମାନ୍ୟତା ମିଳିଛି । ଅଣ୍ଡୋରା ଫ୍ରାନ୍ସ ଓ ସ୍ପେନ୍ ମଧ୍ୟରେ ପାଇରେନିଜ୍ ପର୍ବତମାଳାରେ ସ୍ଥିତି ଏକ ଛୋଟ ଦେଶ ! ତାଲିକାରେ 5 ଦେଶରେ 3 ଆରବ ଦେଶ ରହିଛି। ଖାସ୍ କଥା ହେଉଛି ଭାରତକୁ ଆମେରିକା ଓ ବ୍ରିଟେନ ଭଳି ଦେଶ ତୂଳନାରେ ଅଧିକ ସୁରକ୍ଷିତ ଦେଶ ଭାବେ ସ୍ଥାନୀତ କରାଯାଇଛି।

ତାଲିକାରେ ମୋଟ୍ ୧୪୭ ଦେଶଙ୍କୁ ସାମିଲ କରାଯାଇଛି। ଏଥିରେ ୟୁଏଇ, କତର ଓ ଓମାନ ସମେତ ତାଇୱାନକୁ ସବୁଠୁ କମ୍ ଅପରାଧ ହାର ଏବଂ ମଜଭୂତ

ବ୍ରିଟେନ, ଆମେରିକାଠୁ ସୁରକ୍ଷିତ ଭାରତ

ଢାଞ୍ଚାଯୁକ୍ତ ବିଶ୍ଵର ଶୀର୍ଷ ୫ ଦେଶରେ ସାମିଲ କରାଯାଇଛି। ତାଲିକାର ୬୬ତମ (ସ୍କୋର: ୫୫.୭) ସ୍ଥାନରେ ଅଛି ଭାରତ। ଅନ୍ୟପକ୍ଷେ, ବ୍ରିଟେନ ୮୭ତମ (ସ୍କୋର: ୫୧.୭) ଓ ଆମେରିକା ୮୯ତମ (ସ୍କୋର: ୫୦.୮) ସ୍ଥାନରେ ଅଛି।

ଭାରତର ପଡ଼ୋଶୀ ଦେଶ ଚୀନ୍ ୧୫ତମ ସ୍ଥାନ (ସ୍କୋର: ୭୬:୦) ହାସଲ କରିଛି। ଶ୍ରୀଲଙ୍କା ୫୯ତମ ସ୍ଥାନ ( ସ୍କୋର: ୫୭.୯) ଏବଂ ପାକିସ୍ତାନ ୬୫ତମ (ସ୍କୋର୍ : ୫୬.୩) ସ୍ଥାନରେ ଅଛି। ଉଭୟ ଦେଶ ଭାରତ ପାଖାପାଖି ସ୍ଥାନ ହାସଲ କରିଛନ୍ତି।

ରାଜନୈତିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ବାଂଲାଦେଶ ୧୨୬ତମ ( ସ୍କୋର: ୩୮.୪) ସ୍ଥାନରେ ଅଛି ।

ତଥ୍ୟ ଅନୁସାରେ, ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲା ୨୦୨୫ରେ ସବୁଠୁ ଅସୁରକ୍ଷିତ ଦେଶ ହୋଇଛି। ତାଲିବାନ ଶାସିତ ଆଫଗାନିସ୍ତାନର ସ୍ଥିତି ମଧ୍ୟ ବହୁତ ଖରାପ। ଏହା ୧୪୪ତମ ସ୍ଥାନରେ ଅଛି। ନିରନ୍ତର ଗୃହଯୁଦ୍ଧ ଓ ହିଂସାର ସମ୍ମୁଖୀନ ହେଉଥିବା ସିରିଆ ୧୪୦ତମ ସ୍ଥାନରେ ଅଛି। ନ୍ୟୁମିଓ ସେପ୍ଟି ଇଣ୍ଡେକ୍ଟ ୟୁଜର୍‌ଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ ପ୍ରସ୍ତୁତ ହୋଇଛି। ଅପରାଧ ହାର, ଜନସାଧାରଣ ସୁରକ୍ଷା, ବ୍ୟକ୍ତିଗତ ନିରାପତ୍ତା ସମ୍ପର୍କିତ ତ‌ଥ୍ୟକୁ ଏଥିରେ ପ୍ରାଧାନ୍ୟ ଦିଆଯାଏ। ବିଶ୍ଵରେ ସୁରକ୍ଷା ଓ ନିରାପତ୍ତାର ମାପକ ଭାବେ ଏହା ବ୍ୟାପକ ସୂଚକାଙ୍କ।

Share the Post:

Related Posts

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର

Read More

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା

Read More