ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା କରିବା ଜରୁରୀ ଥିଲା!ବିରୋଧୀଙ୍କୁ ଆଇନା ଦେଖାଇଲେ ଆଜି ଅପରାଜିତା!
ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ପ୍ରଶ୍ନ ପଚାରିଯାଇଛି !ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କୁ ଆଇନା ଦେଖାଇ କହିଛନ୍ତି, ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଏବଂ କଂଗ୍ରେସ ଆତ୍ମ ସମୀକ୍ଷା କରିବା ଉଚିତ୍ ଥିଲା। ନିଜ ଶାସନ ଅମଳରେ କଂଗ୍ରେସ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା। ଦିଲ୍ଲୀରୁ ଆସି କଂଗ୍ରେସ ନେତାନେତ୍ରୀମାନେ ନିଜ ଅସ୍ତିତ୍ଵ ପାଇଁ ଡ୍ରାମାବାଜି କରୁଛନ୍ତି, ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଉଭୟ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ଉସୁକାଇବା କାର୍ଯ୍ୟ କରିଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଚର୍ଚ୍ଚାରେ ଏବଂ ଗଣମାଧ୍ୟମରେ ରହିବା ପାଇଁ ବିରୋଧୀ ଦଳ ନାଟକବାଜି କରୁଛନ୍ତି। ସେମାନେ କେବଳ ଡାହାଣୀ ହୋଇ ଲାଗୁଛନ୍ତି ଏବଂ ଗୁଣିଆ ହୋଇ ଝାଡୁଛନ୍ତି। ବିଜେଡ଼ି ସରକାର ଓଡିଶାକୁ ୨୪ ବର୍ଷ ଶାସନ କରିଛନ୍ତି। ଏବେ ବିଜେଡି ଦଳ କୁମ୍ଭୀର କାନ୍ଦଣା କାନ୍ଦୁଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ …