ବିବାଦ ମଧ୍ୟରେ ମୋଦୀ କରିବେ ଗସ୍ତ :

Talk Always Truth

ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଦୈନିକ ନୂଆ ନୂଆ ବୟାନ ଦେବା ସହ ଭାରତର ଆମଦାନୀ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇବା ପାଇଁ କହିବା ସତ୍ତ୍ୱେ ଭାରତ ଏହାର ନୀତିରୁ ଓହରି ନାହିଁ l ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ମାସରେ ଜାତିସଂଘ ସାଧାରଣ ପରିଷଦ ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିବା ନେଇ ସୂଚନା ମିଳିଛି l ନ୍ୟୁୟର୍କଠାରେ ଜାତିସଂଘ ସାଧାରଣ ପରିଷଦ ପକ୍ଷରୁ ୮୦ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ ତାରିଖ ଦିନ ଉଦବୋଧନ ଦେବେ l ତେବେ ଟାରିଫ ବୃଦ୍ଧି କରିବାର ମୁଖ୍ୟ କାରଣ ହେଉଛି ଭାରତ ରୁଷ୍ ଠାରୁ ତୈଳ କିଣିବା ବନ୍ଦ କରୁ ଅନ୍ୟଥା ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଦେଉ l ଏଠି ପ୍ରଶ୍ନ ଉଠୁଛି ଭାରତ କଣ ୟୁପିଏ ସରକାର ସମୟରେ ହୋଇଥିବା ମୁମ୍ବାଇ ଆକ୍ରମଣ ଘଟଣାପରେ ଆମେରିକା ଯାଇ ତତ୍କାଳୀନ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ପରି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ନିକଟରେ ସାହାଯ୍ଯ ପାଇଁ ବିଳାପ କରିଥାନ୍ତେ କି? ଏହି କଥା ବର୍ତ୍ତମାନ ଅନେକ ବିରୋଧୀ ଦଳ ନେତାଙ୍କୁ ହଜମ ହେଉନି l l ଭାରତ ନିଜ ଦମ୍ଭରେ ଆଜି ପ୍ରଗତି ଓ ବିକାଶର ଦ୍ରୁତ ଗତିରେ ସାମିଲ ହୋଇ ବିକଶିତ ରାଷ୍ଟ୍ର ରୂପେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆତ୍ମ ନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ସ୍କିଲ ଇଣ୍ଡିଆ ପରି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇ ନିଜେ ବିଶ୍ଵ ଶକ୍ତିର କେନ୍ଦ୍ର ପାଲଟି ସାରିଥିବା ସତ୍ତ୍ୱେ ଟ୍ରମ୍ପଙ୍କ ଏହି ଅଜବ ନୀତି ଆଗାମୀଦିନରେ ତାଙ୍କ ସରକାରଙ୍କୁ ଅକଳରେ ପକାଇବ ବୋଲି ଚର୍ଚ୍ଚା ହେଉଛି l


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page