ବିଧାନସଭା ମୌସୁମୀ ଅଧିବେଶନରେ ରାଜନୀତିକ ତୁଫାନ : କଂଗ୍ରେସ ଅନାସ୍ଥା, ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ :

By -SUBHASMITA ସେପ୍ଟେମ୍ବର 19 2025

ଭୁବନେଶ୍ୱର, ସେପ୍ଟେମ୍ବର ୧୯ :
ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଦାଖଲ କରିଥିଲା। ୧୪ଜଣ କଂଗ୍ରେସ ବିଧାୟକ ଓ ଜଣେ ସିପିଆଇ(ଏମ୍‌) ବିଧାୟକ ଏଥିରେ ସହି କରିଛନ୍ତି। ସଂଖ୍ୟାରେ ପ୍ରସ୍ତାବ ପାସ୍‌ ହେବାର ସମ୍ଭାବନା କମ୍‌, ତଥାପି ଏହି ନୋଟିସ୍‌ ରାଜ୍ୟରେ ରାଜନୀତିକ ଚର୍ଚ୍ଚାକୁ ତିବ୍ର କରିଦେଇଛି।
ବିଜେଡିର ଦ୍ବନ୍ଦ୍ବ
ଅନାସ୍ଥାକୁ ନେଇ ବିଜେଡି ସ୍ପଷ୍ଟ ଭାବରେ ଆପଣାଙ୍କ ଅବସ୍ଥାନ କୁହିନଥିବାରୁ ରାଜନୀତିକ ଗଣିତରେ ଅସ୍ମିତା ସୃଷ୍ଟି ହୋଇଛି। ତଥାପି ବିଜେଡି ବିଧାନସଭାରେ ସାର ସଙ୍କଟ, ନାରୀ ନିର୍ଯ୍ୟାତନା ଓ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରକୁ ଘେରିବା ପାଇଁ ପ୍ରସ୍ତୁତ। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସରକାର ସାର ବଣ୍ଟନରେ ବିଫଳ, ଚାଷୀମାନେ ରାତିରୁ ଲାଇନ୍‌ରେ ଠିଆ ହେଉଛନ୍ତି, କଳାବଜାରୀରେ ତିନି-ଚାରିଗୁଣ ଦରରେ ସାର ମିଳୁଛି। ସେହିପରି, ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନରେ ଅସୁବିଧା ହେଉଛି।
ନାରୀ ନିର୍ଯ୍ୟାତନା ଓ ଆଇନ-ଶୃଙ୍ଖଳା
ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ନାରୀମାନେ ସୁରକ୍ଷିତ ନୁହନ୍ତି, ମହିଳା ହିଂସା ବଢିଛି। ପଞ୍ଚାୟତୀରାଜ ବ୍ୟବସ୍ଥାରେ ସରକାର କ୍ଷମତା ସଙ୍କୁଚିତ କରୁଛି, ଯାହା ବିକେନ୍ଦ୍ରୀକରଣ ନୀତିବିରୋଧୀ।
ବିଜେପିର ପ୍ରତିକ୍ରିୟା
ଏପଟେ, ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ସରକାର ମ୍ୟାଜିକ ନମ୍ୱରରେ ସୁରକ୍ଷିତ। ୧୪୭ରୁ ଅଧିକାଂଶ ଲୋକ ବିଜେପିକ

Socialtalknews

Leave a Comment