ବିଧାନସଭାରେ ଦୁଇଦଳୀୟ ହଙ୍ଗାମା, ପଞ୍ଚାୟତ କ୍ଷମତା ନେଇ ତର୍କ – ଗୃହ ୪ଟା ପର୍ଯ୍ୟନ୍ତ ମୁଲତବି :

Talk Always Truth

By -SUBHASMITA ସେପ୍ଟେମ୍ବର 23 2025
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ପୁଣିଥରେ ହଙ୍ଗାମା ପରିସ୍ଥିତି ଦେଖାଦେଲା । ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିଜେଡି ବିଧାୟକମାନେ ଗୃହର ମଝିକୁ ଆସି ଅବରୋହଣ କରିଥିଲେ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଜୋରଦାର ଦାବି କରୁଥିଲେ ।
ଅନ୍ୟପଟେ, କଂଗ୍ରେସ ବିଧାୟକମାନେ ନିଜ ସ୍ଥାନରେ ଠିଆହୋଇ ‘ବିଜେଡି-ବିଜେପି ଭାଇ ଭାଇ’ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଦୁଇପଟିଆ ହଙ୍ଗାମାରେ ସାଧାରଣ କାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିପାରିଲା ନାହିଁ ।
ଗତକାଲି ଗୃହ ସାଧାରଣ ଭାବରେ ଚାଲିଥିବାରୁ ଆଜି ପ୍ରଶ୍ନକାଳ ସ୍ୱାଭାବିକ ହେବାର ଆଶା ରହିଥିଲା, କିନ୍ତୁ ପୁଣିଥରେ ବିରୋଧୀଙ୍କ ଅସହଯୋଗମୂଳକ ଆନ୍ଦୋଳନ ଦେଖିବାକୁ ମିଳିଲା ।
ଅବଶେଷରେ ବାଚସ୍ପତି ସୁରମା ପାଢ଼ୀ ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଯାଇଥିବାରୁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବି କରିବାକୁ ବାଧ୍ୟ ହେଲେ!

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page