By -SUBHASMITA ସେପ୍ଟେମ୍ବର 29 2025
ଚେନ୍ନାଇ: ତାମିଲନାଡୁର କରୁରରେ ଅଭିନେତା-ନେତା ବିଜୟଙ୍କ TVK ରାଲି ଦଳାଚକଟାରେ ପରିଣତ ହୋଇ ୩୯ ଜଣଙ୍କ ମୃତ୍ୟୁ ଓ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ ବର୍ଷିୟା ବୃନ୍ଦା ଥିଲେ, ଯିଏ ବିଜୟଙ୍କ ଦୃଢ ପ୍ରଶଂସକ । ସେ ତାଙ୍କ ୨ ବର୍ଷର ପୁଅକୁ ଭଉଣୀଙ୍କୁ ଛାଡ଼ି ରାଲିକୁ ଯାଇଥିଲେ, କିନ୍ତୁ ଫେରିଲେ ନାହିଁ ।
ବୃନ୍ଦାଙ୍କ ଭଉଣୀଙ୍କ ମାର୍ମିକ କଥା, “ଆମେ ଟଙ୍କା ଚାହୁଁନି, ମୋ ଭଉଣୀକୁ ଫେରେଇ ଦିଅ ।” ସେହିପରି ସେ ଆୟୋଜକଙ୍କ ବ୍ୟବସ୍ଥା ଅଭାବକୁ ଦାୟୀ କରିଛନ୍ତି ।
ଘଟଣା ପରେ ମୁଖ୍ୟମନ୍ତ୍ରୀ ସହିତ ବିଜୟ ମଧ୍ୟ ପରିବାରଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି – ମୃତକ ପରିବାରକୁ ୨୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ମଧ୍ୟ ଦେବେ । ବିଜୟ X ରେ ଲେଖିଛନ୍ତି – “ପ୍ରିୟଜନଙ୍କୁ ହରାଇବାରେ ଅର୍ଥର କୌଣସି ମୂଲ୍ୟ ନାହିଁ, କିନ୍ତୁ ପରିବାରଙ୍କ ସହ ଠିଆ ହେବା ମୋର କର୍ତ୍ତବ୍ୟ ।”
ବିଜୟ ଆହୁରି ପ୍ରାର୍ଥନା କରିଛନ୍ତି ଯେ, ଆହତମାନେ ଶୀଘ୍ର ସୁସ୍ଥ ହୋଇ ନିଜ ଘରକୁ ଫେରିବେ ।
Socialtalknews