ଖୁବଶୀଘ୍ର ମିଳିବାକୁ ଯାଉଛି ଚିଟଫଣ୍ଡ ଟଙ୍କା |ଆପଣମାନେ ଫେରି ପାଇବେ ଜମାକାରୀ ଟଙ୍କା । ଆସନ୍ତା ୪ ମାସ ମଧ୍ୟରେ ମିଳିବ ଚିଟଫଣ୍ଡ ଟଙ୍କା , ଆଉ ୫ ଲକ୍ଷ ରୁ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଅମା ସରକାର କଥା ଦେଇ କଥା ରଖିଛନ୍ତି | ବିଜେପି ସରକାର କରୁଛି ପ୍ରତିଶ୍ରୁତି ପାଳନ ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ରୁ ୪ ମାସ ଭିତରେ ଚିଟ୍ଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଜମାକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗତ ଏକ ବର୍ଷ ମଧ୍ୟରେ ୧,୨୬,୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି । ୨୦୧୪ରୁ ୨୦୨୪ ମସିହା ଦୀର୍ଘ ୧୦ ବର୍ଷ ମଧ୍ୟରେ କେବଳ ୨,୭୯,୧୦୯ ଜଣ କ୍ଷୁଦ୍ର ଜମାକାରୀଙ୍କୁ ମାତ୍ର ୧୧୯ କୋଟି ଟଙ୍କା ଫେରସ୍ତ କରାଯାଇଥିଲା । ଦୀର୍ଘ ଦିନ ଧରି ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇନାହାନ୍ତି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସରକାରଙ୍କ ଉପରେ ଦୀର୍ଘଦିନ ଧରି ଚାପ ପଡ଼ିଥିଲା । ସି-ସୋର, ଅର୍ଥତତ୍ତ୍ୱ, ସାରଦା, ମାଇକ୍ରୋ ଫାଇନାନ୍ସ ଭଳି ରାଜ୍ୟରେ ୧୬୩ଟି ଚିଟ୍ଫଣ୍ଡ ସଂସ୍ଥା ପ୍ରାୟ ୬ଲକ୍ଷ ଜମାକାରୀଙ୍କଠାରୁ କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ।

ଡେରିରେ ଆସିଲା ଆମ୍ବୁଲାନ୍ସ, ଚାଲିଗଲା ପ୍ରାଣ ||
ଦରକାର ସମୟରେ କାହିଁକି କାମରେ ଆସୁନି ୧୦୮ ଆମ୍ବୁଲାନ୍ସ ?ଫୋନ୍ ଯିବାର୍ ତିନି ଘଣ୍ଟା ପରେ ପହଞ୍ଚିଥିଲା ଆମ୍ବୁଲାନ୍ସବାଟରେ ଆମ୍ବୁଲାନ୍ସ ଖରାପ ଯୋଗୁଁ ଗଲା ଜୀବନ କାନ୍ଦ