By -SUBHASMITA oct 25 2025
ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ । ଭୁବନେଶ୍ଵରର ରାଜୀବ ଭବନରେ ଆଜି ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ ।
ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ, ଜରୁରୀ ସାମଗ୍ରୀ ଓ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି ।
ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପସାଗରରେ ଗଠିଥିବା ଅବପାତ ୨୭ ତାରିଖରେ ବାତ୍ୟାରେ ପରିଣତ ହେବା ଏବଂ ୨୮ ତାରିଖରେ ଭୀଷଣ ବାତ୍ୟା ରୂପେ ଆନ୍ଧ୍ର ଉପକୂଳ ଛୁଇଁବା ଆକଳନ ହୋଇଛି ।
ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଏହିପରିସ୍ଥିତିରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ସରକାର କହିଛି — ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ବିଭାଗ ହାଇ ଆଲର୍ଟରେ ଅଛନ୍ତି।
Socialtalknews
