
ଚୋରି କରିଥିବା ବାଇକ୍କୁ ନମ୍ର ଭାବେ ସ୍ନେହ ଦେଲେ :
By Subhasmita Aug 11, 2025
କଟକ:
ଥାନା ସାମ୍ନାରେ ପୋଲିସଙ୍କ ହାତରେ ପଡ଼ିଥିବା ଏକ ବାଇକ୍ ଚୋର ଆଖିରେ ଆସୁଥିବା ଲୁହକୁ ନିଜ ହାତରେ ପୋଛୁଥାଏ ଏବଂ ନିଜେ ଚୋରି କରିଥିବା ବାଇକ କୁ ନମ୍ର ଭାବେ ସ୍ନେହରେ ଚୁମା ଦେଇ କହିଲା
“ସାର୍, ଏହି ଗାଡି ଆପଣଙ୍କ ପାଇଁ ଥିଲା।”
ଏହି ଦୃଶ୍ୟ ଦେଖି ଥାନା ସମ୍ମୁଖରେ ଉପସ୍ଥିତ ସମସ୍ତଙ୍କ ମନ ଭରି ହୋଇଗଲା।
କଟକ ମଙ୍ଗଳାବାଗ ଥାନା ପୋଲିସ ଏସସିବି ମେଡିକାଲ କଲେଜ୍ ପରିସରରୁ ଏକ ବାଇକ୍ ଚୋରି ଗ୍ୟାଙ୍ଗକୁ ଧରିଛି ପୋଲିସ! ଏହି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରି ତାହାକୁ ବିକ୍ରି କରୁଥିଲେ।
ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଧରିଛି, ଯେଉଁମାନେ ଚୋରି ସାମଗ୍ରୀ କିଣିଥିଲେ। ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତଙ୍କୁ ମଧ୍ୟ ଗିରଫ କରାଯାଇଛି
ଏକ ଦୁଃଖଦ ପରିସ୍ଥିତି:
ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି, ପତ୍ନୀଙ୍କ ଆଖି ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ଯାଇଥିଲେ। ସେ ବାଇକ୍ ପାର୍କିଂ କରି ଭିତରକୁ ଗଲେ, ଫେରିଲେ ବାଇକ୍ ହରାଇ ଯାଇଥିଲା। ସେ ମଙ୍ଗଳାବାଗ ଥାନାକୁ ଅଭିଯୋଗ କଲେ।
ସିସିଟିଭି ଫୁଟେଜ ଯାଞ୍ଚ ପରେ ମଙ୍ଗଳାବାଗ ଥାନା ପୋଲିସ ଏକ ଟିମ ତିର୍ତ୍ତୋଲକୁ ଯାଇ ଅଭିଯୁକ୍ତମାନଙ୍କୁ ଧରିଛି। ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତ ନାଁରେ ଜଗତସିଂହପୁର, ବାଦାମବାଡ଼ି ତିତ୍ତୋଲ ଥାନାରେମୋଟ 4 ଟି ରହିଥିବା କମିଶନରେଟ ପୋଲିସ ସୂଚନା ଦେଇଛି !
ତେବେ ବାଇକ ଚୋରି ର ଏଭଳି ବାଇକ୍ ପ୍ରୀତି ଚାରିଆଡେ ଚର୍ଚ୍ଚା ର କେନ୍ଦବିନ୍ଦୁ ପାଲଟିଛି !