socialtalknews

ବନ୍ୟଜନ୍ତୁଙ୍କୁ ଶିକାର ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି :

ବନ୍ୟଜନ୍ତୁଙ୍କୁ ଶିକାର ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି :

ବନ୍ୟଜନ୍ତୁଙ୍କୁ ଶିକାର ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି :

୨୦୦୬ରେ କେନ୍ଦୁଝର ର ଗୁପ୍ତଗଙ୍ଗା ରେ ୨୦ ରୁ ୨୫ ଯୁଆଙ୍ଗ ଆଦିବାସୀ ଙ୍କୁ ଗିରଫ କରି ୧୦୦ ରୁ ଅଧିକ ଦିନ ଜେଲ ରେ ରଖା ଯାଇଥିଲା ।
୨୦୦୬ରେ କେନ୍ଦୁଝର ର ଗୁପ୍ତଗଙ୍ଗା ରେ ୨୦ ରୁ ୨୫ ଯୁଆଙ୍ଗ ଆଦିବାସୀ ଙ୍କୁ ଗିରଫ କରି ୧୦୦ ରୁ ଅଧିକ ଦିନ ଜେଲ ରେ ରଖା ଯାଇଥିଲା । କେତେବଡ ଅପରାଧ ସେମାନଙ୍କ ର ଥିଲା ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେଉଁମାନେ ମାଫିଆ ସାଜି ମୂଲ୍ୟବାନ ଗଛ କାଟି ବିକ୍ରି କରୁଛନ୍ତି ଆମର କିଛି ଲୋକ ଯୋଗୁଁ ସେମାନେ ଖସି ଯାଉଛନ୍ତି । ଦୁର୍ନୀତି ସହ ଯୋଡି ହୋଇଥିବା ଅଧିକାରୀ ମାଇଣ୍ଡ ଚେଞ୍ଜ କରନ୍ତୁ । କିଛି ଅଧିକାରୀଙ୍କ ଯୋଗୁଁ ବଦନାମ ହେଉଛି ଜଙ୍ଗଲ ବିଭାଗ ଅଧିକ ରୋଜଗାର ଆଶା ରେ ଦୁର୍ନୀତି କରୁଛନ୍ତି ।
ଦୁର୍ନୀତି କୁ ନେଇ ଶୂନ୍ୟ ସହନଶୀଳତା ରହିବ , ବିଭାଗର ଦୁର୍ନୀତି ଟିଭିରେ ଯେମିତି ଚିତ୍ରଣ ହେଉଛି ହେବା କଥା ନୁହଁ । ସରକାର କୁ ଗାଳି ଦେଲେ ଵି ସରକାର ତାଙ୍କ କାମ କରିବେ । ଏଥିସହ ଆହୁରି କହିଛନ୍ତି ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ଦିଗ ରେ କାମ କରିବାକୁ ହେବ । ରାଜ୍ୟ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ରେ ୬ କୋଟି ୫୨ ଲକ୍ଷ ଗଛ ଲାଗିଛି । ଚଳିତ ବର୍ଷ ଆହୁରି ୧ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୭ ରେ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନ ରେ ଗୋଟିଏ ଦିନ ରେ ଲାଗିବ ୭୫ ଲକ୍ଷ ଗଛ । ସେହିଦିନ ଓଡିଶା ଆସିବାକୁ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବି କହିଲେ ମୁଖ୍ୟମନ୍ତ୍ରୀ ।

Share the Post:

Related Posts

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ :

ବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।

Read More

ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ :

ଭୁବନେଶ୍ୱର : ଭ୍ରାମ୍ୟମାଣ ପ୍ରବାସୀ ସାଧନ କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଭୁବନେଶ୍ବର କୃଷି ଭବନ ଠାରେ ଭ୍ରାମ୍ୟମାଣ ପ୍ରବାସୀ ସାଧନ

Read More