ବଦଳିରେ ASI :,

Talk Always Truth

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ଜୀବନ ହାରିବା ଘଟଣାରେ ଗ୍ରାମାଞ୍ଚଳ ଥାନା ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରାଯାଇଛି । ASIଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କଲେ ଏସ୍‌ପି । ଝିଅ ମୃତ୍ୟୁ ପାଇଁ ପୋଲିସର ଅବହେଳାକୁ ଦାୟୀ କରିଥିଲେ ପୀଡିତାଙ୍କ ବାପା । ଝିଅର ଅଭିଯୋଗ ASI ରଖିନଥିବା ଅଭିଯୋଗ କରିଥିଲେ।
ସେପଟେ ଛାତ୍ରୀଙ୍କ କିପରି ହେଲା ମୃତ୍ୟୁ ?। ରହସ୍ୟ ଖୋଲିବ ପୋଷ୍ଟମର୍ଟମ ରିପୋର୍ଟ। ଆଜି କେନ୍ଦ୍ରାପଡ଼ା ମେଡିକାଲରେ ହେବ ମୃତଦେହ ବ୍ୟବଛେଦ। ପୀଡ଼ିତାଙ୍କୁ ହତ୍ୟା କରାଯାଇଛି ନା ଜୀବନ ହାରିଛନ୍ତି ?। ତାଙ୍କ କଲ ଡିଟେଲ୍ସ ଯାଞ୍ଚ କରୁଛି ପୋଲିସ । ଶେଷ ଥର ପାଇଁ ସେ କାହା ସହ କଥା ହୋଇଥିଲେ । ଫୋନରେ ଛାତ୍ରୀ ଜଣକ କଣ କଥା ହୋଇଥିଲେ ?। ସେସବୁର ତନାଘନା ଚଳାଇଛି ପୋଲିସ। ଅଭିଯୋଗ ଅନୁସାରେ, ଘରେ କେହି ନଥିବା ବେଳେ ନିଜ ଉପରେ କିରୋସିନ ଢାଳି ଜୀବନ ହାରି ଥିଲେ । ଛାତ୍ରୀଙ୍କ ସହ ବ୍ରେକଅପ ହୋଇ ସାରିଥିବା ଜଣେ ଯୁବକ ତାଙ୍କ ଅଶ୍ଳିଳ ଫଟୋ ଛାଡ଼ି ବାରମ୍ବାର ବ୍ଲାକମେଲ କରୁଥିଲା ବୋଲି ଅଭିଯୋଗ ହୋଇଛି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page