ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆକ୍ସନ ଥ୍ରିଲର ’କୁଲି’ ଫିଲ୍ମରେ ତାଙ୍କ ଦମଦାର ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି । ତାମିଲ ଭାଷାର ଏହି ଫିଲ୍ମଟି ଲୋକେଶ କନାଗରାଜଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିବାବେଳେ କଳାନିଥି ମାରନଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି । ଅଗଷ୍ଟ ୨ରେ ଚେନ୍ନାଇରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଏହି ଫିଲ୍ମର ଅଫିସିଆଲ ଟ୍ରେଲର ରିଲିଜ କରିଥିଲେ । ଏହି ଫିଲ୍ମରେ ରଜନୀକାନ୍ତଙ୍କୁ ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଫିଲ୍ମର ରିଲିଜକୁ ନେଇ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ’ୱାର୍ ୨’ ଫିଲ୍ମକୁ ଜୋରଦାର ଟକ୍କର ଦେବ ।
ଯଦି ଏହି ଫିଲ୍ମର ରିଲିଜ ସମ୍ପର୍କରେ କୁହାଯାଏ ତେବେ ଅଗଷ୍ଟ ୧୪ ଗୁରୁବାର ଦିନ ସୁନେଲି ପରଦାରେ ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମ ସହିତ ’ୱାର୍ ୨’ ମଧ୍ୟ ରିଲିଜ ହେବ । ଉତ୍ତର ଆମେରିକାର କିଛି ଅଞ୍ଚଳରେ ମଧ୍ୟ ଏହି ଫିଲ୍ମ ପ୍ରମିୟର ଶୋ କରିବ । ଆମେରିକା ପ୍ରିମିୟର ପାଇଁ ଆଡଭାନ୍ସ ବୁକିଂରେ ଭଲ ଲାଭ କରୁଛି । ରଜନୀକାନ୍ତଙ୍କ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ରଟି ୧୧୫୯ ଶୋ’ରେ ୩୭,୦୦୦ ରୁ ଅଧିକ ଟିକେଟ୍ ବିକ୍ରି କରି ମୋଟ ୯୬୯,୫୫୧ ଆମେରିକୀୟ ଡଲାର ଆୟ କରିଛି ।

ଶୋଇଥିଲେ ଡ୍ରାଇଭର :
ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ଗର୍ଭବତୀଙ୍କୁ MKCG ମେଡିକାଲ ନେଲେ ସମ୍ପର୍କୀୟ । ଜଣେ ଗର୍ଭବତୀ ରୋଗୀଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଏଭଳି ଅଭାବନୀୟ