socialtalknews

ପୋଲିସ ନାରେ ସାଙ୍ଘାତିକ ଅଭିଯୋଗ:

ପୋଲିସ ନାରେ ସାଙ୍ଘାତିକ ଅଭିଯୋଗ:

ପୋଲିସ ନାରେ ସାଙ୍ଘାତିକ ଅଭିଯୋଗ:

ସାଲେପୁର : ଜଣଙ୍କ ନାଁରେ ୱାରେଣ୍ଟ । ବନ୍ଧା ହେଲେ ଆଉ ଜଣେ । ମାହାଙ୍ଗା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । ସମାନ ନାଁ ପାଇଁ ନିର୍ଦ୍ଦୋଷକୁ ଜେଲ ପଠାଇ ଏବେ ବିବାଦରେ ମାହାଙ୍ଗା ପୋଲିସ l ପୋଲିସର ଏମିତି କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜେଲ ଯାଇଥିବା ବ୍ୟକ୍ତିଙ୍କ ପରିବାରଲୋକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅଧୀନରେ ଥିବା କୁଣ୍ଡି ପଂଚାୟତର ନନ୍ଦକିଶୋରପୁର ଗାଁରେ ।
ସୂଚନା ଅନୁସାରେ ଗତ ମେ ୨୯ ତାରିଖରେ ଅଭିମନ୍ୟୁ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅଭିମନ୍ୟୁଙ୍କ ପିତା ରାମଚନ୍ଦ୍ର ବେହେରା ଘର ନନ୍ଦକିଶୋରପୁରରେ । କିନ୍ତୁ ଚୋରା ମଦ ବିକ୍ରି ନେଇ ଅଭିମନ୍ୟୁ ବେହେରାଙ୍କ ନାଁରେ ୱାରେଣ୍ଟ ଥିଲା । ତାଙ୍କ ବାପାଙ୍କ ନାଁ ରାମ ବେହେରା ଓ ଘର ଜଗନ୍ନାଥପୁରରେ। କିନ୍ତୁ ମାହାଙ୍ଗା ପୋଲିସ ଅସଲ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଜଣେ ନିରୀହ ଲୋକଙ୍କୁ ଜେଲ ପଠାଇଲା l ସମାନ ନା ଥିଲା ବୋଲି ଜେଲ ଗଲେ ଜଣେ ନିର୍ଦ୍ଦୋଷ l ସେପଟେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Share the Post:

Related Posts

ପୁଣି ବଢ଼ିଲା ସୁନା ରେଟ,

୨୪ କ୍ୟାରେଟ କିଣିଲେ ଦେବାକୁ ପଡ଼ିବ !ଆଜି ସକାଳୁ ସୁନା ରେଟ ପୁଣି ଉପରେ କାରବାର କରୁଛି । ସୁନା ଦରରେ ଆଜି ସାମାନ୍ୟ ବୃଦ୍ଧି ଘଟିଛି

Read More

ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲ :

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ରାଜ୍ୟ ଡ୍ରଗ୍ସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଘରେ

Read More