ଗୋ-ମାଫିଆ ଠିକଣାରେ ପୁଲିସର ରେଡ
by-SUBHASMiTA DT-17.1.2026
ଧୀରେଧୀରେ ଖୋଲୁଛି ସରବର ଗୋ ମାଫିଆ ଘରେ ପୋଲିସ ଚଢ଼ାଉ, ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ କରିଛି କେନ୍ଦୁଝର ଓ ଭଦ୍ରକ ପୁଲିସ
ହଁ ଆଂଜ୍ଞା ପୁରୁଣା ବଜାର ଥାନା ଶେଖ ରାଜନଙ୍କ ଘରେ କେନ୍ଦୁଝର ଓ ଭଦ୍ରକ ପୁଲିସ ଚଢ଼ାଉ କରିଛି ଭଦ୍ରକରେ ଗୋ ଚୋରାଚାଲାଣ ଧନ୍ଦା ଉପରେ ପୋଲିସର ବଡ଼ ଆକ୍ସନ୍। ଦୀର୍ଘଦିନ ଧରି ଚାଲୁଥିବା ଗୋ ମାଫିଆ ନେଟୱର୍କକୁ ନେଇ ପୋଲିସ ଚଢ଼ାଉ କରିଛି | ଶେଖ ରାଜନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୁଲିସ |ଦୀର୍ଘ ଦିନ ଧରି ପୁଲିସ ନଜରରେ ମୋଷ୍ଟ ୱାଣ୍ଟେଡ ଥିବା ଏହି ମାଫିଆ ଶେଖ ରାଜନ ଘରୁ୭୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ସହ ସୁନା ଗହଣା ଜବତ ହୋଇଛି ।ମାଫିଆ ଶେଖ ରାଜନଙ୍କ ବିଭିନ୍ନ ଜିଲ୍ଲାରେ ପାଞ୍ଚଟି ସ୍ଥାନରେ ରେଡ ଚାଲିଥିବା ବେଳେ ଭଦ୍ରକ ଘରୁ ରାଜନଙ୍କ ଦୁଇଟି ସ୍କୋର୍ପିଓ ଜବତ ହୋଇଛି। ଏହାସହ ବାଇପାସ ସ୍ଥିତ କୋଶମ ବଜାରରେ ବି ପୁଲିସର ରେଡ ଚାଲିଛି। କେନ୍ଦୁଝର ପୁଲିସର ୪୭ଟି ଟିମ ଦ୍ଵାରା ରାଜ୍ୟର ୫ଟି ଜିଲାରେ ଗୋମାଫିଆଙ୍କ ଉପରେ ଚଢ଼ାଉ କରାଯାଇଛି। କେନ୍ଦୁଝର, ଭଦ୍ରକ, ଭୁବନେଶ୍ବର, ମୟୂରଭଞ୍ଜ, ଏଵଂ ଯାଜପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ଚଢ଼ାଉ ସମୟରେ ମିଳିଥିବା ଟଙ୍କାକୁ ଦେଖି ପ୍ରଶ୍ନ ଉଠୁଛି ଏତେ ଟଙ୍କା କେଉଁଠୁ ଆସିଲା? କେବଳ ଗୋ ଚୋରାଚାଲାଣ ନା ଏହା ପଛରେ ଅନ୍ୟ କୌଣସି କଳା କାରୋବାର ମଧ୍ୟ ରହିଛି?
ସୂତ୍ର ମତାବକ, ଏହି ଧନ୍ଦା ଦୀର୍ଘ ସମୟ ଧରି ଚାଲୁଥିଲା। କିନ୍ତୁ ଏତେଦିନ ପର୍ଯ୍ୟନ୍ତ ପ୍ରଶାସନର ଚକ୍ଷୁରୁ ଦୂରେ ରହିବା ପଛରେ କାହାର ଆଶୀର୍ବାଦ ଥିଲା ସେଥିପ୍ରତି ଏବେ ବଡ଼ ପ୍ରଶ୍ନ।
ଚଢ଼ାଉରେ କିଛି ଲୋକଙ୍କୁ ଧରାଯାଇଥିଲେ ମଧ୍ୟ, ମୁଖ୍ୟ ମାଷ୍ଟରମାଇଣ୍ଡ ଏପର୍ଯ୍ୟନ୍ତ ଧରାଛୁଆଁ ବାହାରେ। ସାଧାରଣ ଲୋକଙ୍କ ଆଶାତଦନ୍ତ କେବଳ ଔପଚାରିକତାରେ ସୀମିତ ନ ରହୁ, ଦୋଷୀ ସମସ୍ତଙ୍କୁ ଆଇନର ଆଗରେ ଆଣାଯାଉ।
socialtalknews