ପୂରା ଏସିଆ ବଜାରକୁ ଦୋହଲାଇଦେଲା ଟ୍ରମ୍ପଙ୍କ ଟାରିଫ୍:

Talk Always Truth

ଜାପାନରୁ ନେଇ ସାଉଥ କୋରିଆ ପର୍ଯ୍ୟନ୍ତ ସେୟାର ମାର୍କେଟ୍ ତଳମୁହାଁ
ଜାପାନ ସେୟାର ମାର୍କେଟ ଶୁକ୍ରବାର ଆରମ୍ଭରେ ୨୨୫ ଅଙ୍କ ଅର୍ଥାତ ୦.୬ ପ୍ରତିଶତ ତଳକୁ ଖସିଥିବା ବେଳେ ଦକ୍ଷିଣ କୋରିଆ ସେୟାର ମାର୍କେଟ୍ ୩.୨ ପ୍ରତିଶତ ଖସିଛି । ଏହା ବ୍ୟତୀତ ତାଇୱାନ ସେୟାର ମାର୍କେଟ ୦.୪ ପ୍ରତିଶତ, ଅଷ୍ଟ୍ରେଲିଆ ସେୟାର ମାର୍କେଟ ୦.୭ ପ୍ରତିଶତ ତଳକୁ ଖସି କାରବାର ଆରମ୍ଭ ହୋଇଛି । ସେହିଭଳି ହଂଗକଂଗ ସେୟାର ମାର୍କେଟ ୦.୨ ପ୍ରତିଶତ ତଳକୁ ଖସିଛି ।
ପୂରା ଏସିଆ ବଜାରକୁ ଦୋହଲାଇଦେଲା ଟ୍ରମ୍ପଙ୍କ ଟାରିଫ୍, ଜାପାନରୁ ନେଇ ସାଉଥ କୋରିଆ ପର୍ଯ୍ୟନ୍ତ ସେୟାର ମାର୍କେଟ୍ ତଳମୁହାଁ
କନକ ବ୍ୟୁରୋ : ଆମେରିକା ତରଫରୁ ଟାରିଫ୍ ଘୋଷଣା ହେବା ପରେ ଏବେ ଏହାର ପ୍ରଭାବ ସମସ୍ତ କ୍ଷେତ୍ରରେ ଦେଖିବାକୁ ମିଳିଛି । ବଜାର ଦର ଠାରୁ ଆରମ୍ଭ କରି ସେୟାର ମାର୍କେଟ୍ ପର୍ଯ୍ୟନ୍ତ ସବୁଠି ଟାରିଫର ପ୍ରଭାବ । ଏହି କ୍ରମରେ ଏବେ ଏସିଆ ମହାଦେଶର ସମସ୍ତ ସେୟାର ମାର୍କେଟ୍ ତଳମୁହାଁ ହୋଇଛି । ଶୁକ୍ରବାର ପ୍ରାରମ୍ଭରେ ସେୟାର ବଜାରର ଅଧିକ ସେୟାର ଲାଲ ସଂକେତ ସହ ଖୋଲିଛି ।ଜାପାନ ସେୟାର ମାର୍କେଟ ଶୁକ୍ରବାର ଆରମ୍ଭରେ ୨୨୫ ଅଙ୍କ ଅର୍ଥାତ ୦.୬ ପ୍ରତିଶତ ତଳକୁ ଖସିଥିବା ବେଳେ ଦକ୍ଷିଣ କୋରିଆ ସେୟାର ମାର୍କେଟ୍ ୩.୨ ପ୍ରତିଶତ ଖସିଛି । ଏହା ବ୍ୟତୀତ ତାଇୱାନ ସେୟାର ମାର୍କେଟ ୦.୪ ପ୍ରତିଶତ, ଅଷ୍ଟ୍ରେଲିଆ ସେୟାର ମାର୍କେଟ ୦.୭ ପ୍ରତିଶତ ତଳକୁ ଖସି କାରବାର ଆରମ୍ଭ ହୋଇଛି । ସେହିଭଳି ହଂଗକଂଗ ସେୟାର ମାର୍କେଟ ୦.୨ ପ୍ରତିଶତ ତଳକୁ ଖସିଛି ।ରାଷ୍ଟ୍ରପତି ଟ୍ରମ୍ପ ୧୦ ରୁ ୪୧ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ବିଭିନ୍ନ ଦେଶ ଉପରେ ଲଗାଇଛନ୍ତି । ଆସନ୍ତା ସପ୍ତାହରୁ ଭାରତ ସମେତ ୬୮ ଟି ଦେଶ ଉପରେ ଏହାର ପଭାବୀ ହେବ । ଟ୍ରମ୍ପଙ୍କ ତରଫରୁ ୬୮ ରୁ ୯୨ ଦେଶ ଉପରେ ୧୦ ରୁ ୪୧ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଯାଇଛି । ଟ୍ରମ୍ପଙ୍କ ଟାରିଫ୍ ଆମେରିକା ସହ ବାଣିଜ୍ୟ କରୁଥିବା ଦେଶମାନଙ୍କୁ ଅଡ଼ୁଆରେ ପକାଇଛି । ଏହାସହ ବିଶ୍ୱ ଅର୍ଥନୀତି ପାଇଁ ଏହା ଏକ ନୂଆ ସଂକଟ ସୃଷ୍ଟି କରିଛି ।ରାଷ୍ଟ୍ରପତି ଟ୍ରମ୍ପ ଏହା ପୂର୍ବରୁ ଏପ୍ରିଲ ୨ ତାରିଖରେ ସାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଟାରିଫ୍ ଘୋଷଣା କରିଥିଲେ । ଏହାପରେ ବିଶ୍ୱବଜାରରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଥିଲା । ଏହାପରେ ଟ୍ରମ୍ପ ଟାରିଫ୍ ନିଷ୍ପତ୍ତିକୁ ୯୦ ଦିନ ପର୍ଯ୍ୟନ୍ତ ବ୍ରେକ୍ ଲଗାଇଥିଲେ । ଏହାରି ମଧ୍ୟରେ କିଛି ଦେଶ ସହ ଆମେରିକାର ବାଣିଜ୍ୟ ଚୁକ୍ତି ହୋଇଥିଲା । ବାକି ଦେଶମାନଙ୍କ ଉପରେ ଏବେ ଟ୍ରମ୍ପ ଭାରୀ ଟାରିଫ୍ ଲଗାଇଛନ୍ତି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page