By -SUBHASMITA ସେପ୍ଟେମ୍ବର 29 2025
ଭୁବନେଶ୍ୱର: ଦୁର୍ଗା ପୂଜା ଆରମ୍ଭ ହୋଇଥିବା ସହିତେଇ ରାଜଧାନୀର ଟ୍ରାଫିକ ସମସ୍ୟା ଅସହ୍ୟ ହୋଇଯାଇଛି । ସନ୍ଧ୍ୟା ପଡିଲେ ପ୍ରମୁଖ ରାସ୍ତାଗୁଡ଼ିକ ଜାମ୍ରେ ପରିଣତ ହେଉଛି । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜାମଣ୍ଡପ ଆସପାସରେ ଗାଡ଼ିର ଲମ୍ବା ଲାଇନ୍ରେ ଚାଳକମାନେ ଘଣ୍ଟା ଘଣ୍ଟା ଅଟକିରହୁଛନ୍ତି ।
ଯଦିଓ ପୂର୍ବରୁ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ନେଇ ଗାଇଡଲାଇନ୍ ଜାରି ହୋଇଥିଲା, କିନ୍ତୁ ଏବେର ପରିସ୍ଥିତିକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିଛି । ପୂଜା ପର୍ବରେ ସହରରେ ଟ୍ରାଫିକ୍ରେ ଶୃଙ୍ଖଳାବଦ୍ଧ ବ୍ୟବସ୍ଥା କରାଯିବ କି ନାହିଁ, ଏହା ନେଇ ପ୍ରଶ୍ନ ଉଠିଛି ।
Socialtalknews