ପୁରୀ ଦଳାଚକଟା ଘଟଣା କୁ ନେଇ ରାଜ୍ୟ ମାନବାଧିକାର କମିସନ ନୋଟିସ କଲେ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ

Talk Always Truth

ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ କରିଛନ୍ତି ରାଜ୍ୟ ମାନବାଧିକାର କମିସନ | ପୁରୀ ଶରଧାବାଲିରେ କଳାଠାକୁରଙ୍କୁ ଦର୍ଶନ ପାଇଁ ଶନିବାର ବିଳମ୍ବିତ ରାତିରେ ଭକ୍ତଙ୍କ ମଧ୍ୟରେ ଠେଲାପେଲାରୁ ଯେଉଁ ଅଘଟଣ ଘଟିଲା ସାରା ରାଜ୍ୟକୁ ଦୁଃଖିତ କରିଛି। ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପରିଚାଳନାଗତ ତ୍ରୁଟି ପାଇଁ ୩ ଭକ୍ତଙ୍କ ଅମୂଲ୍ୟ ଜୀବନ ଚାଲିଯାଇଛି । ଶରଧାବାଲିରେ ଅବ୍ୟବସ୍ଥାରୁ ହୋଇଥିବା ଅଘଟଣ ପୁରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ସେଠିପାଇଁ ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ନୋଟିସ କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ଆହତଙ୍କୁ ଆବଶ୍ୟକ ମୁତାବକ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଭବିଷ୍ୟତରେ ଯେପରି ଏଭଳି ଅଘଟଣ ଆଗକୁ ନଘଟିବ, ତା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି ରାଜ୍ୟ ମାନବାଧିକାର କମିସନ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page