ପୁଣି ଲଘୁଚାପ ସମ୍ଭାବନା: ୧ ଅକ୍ଟୋବରରେ ଆଉ ଏକ ସିଷ୍ଟମ୍, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

Talk Always Truth

By- SUBHASMITA ସେପ୍ଟେମ୍ବର 27 2025
ଭୁବନେଶ୍ୱର: ଓଡ଼ିଶାରେ ପୁଣି ବର୍ଷା ଆଶଙ୍କା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ୩୦ ସେପ୍ଟେମ୍ବର ବେଳକୁ ଉତ୍ତର ଆଣ୍ଡାମାନସାଗର ଉପରେ ଏକ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବ । ଏହାର ପ୍ରଭାବରେ ୧ ଅକ୍ଟୋବରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ନୂତନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି
ଏପଟେ, ପୂର୍ବରୁ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇ ଉପକୂଳ ମୁହାଁ କରୁଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।
କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଥିବାରୁ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ପ୍ରଶାସନ । ସେହିପରି ଗଞ୍ଜାମ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଆଗାମୀ ଦୁଇଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page