socialtalknews

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆରେ ନାମଫଳକ ପ୍ରସ. ନଗନ ଉନ୍ନୟନ ପ୍ରମୁଖ ସଚିବ ଦେଲେ ନିର୍ଦ୍ଦେଶ, ଓଡ଼ିଆରେ ନାମଫଳକ ନଲେଖିଲେ ନିୟାଯିବ କାର୍ଯ୍ୟାନୁଷ୍ଠାନ !
ମୁଖ୍ୟ ସଚିବଙ୍କ ପରେ ନଗର ଉନ୍ନୟନ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅନୁଗର୍ଗ । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ମହାନଗର ନିଗମର କମିସନର, ମ୍ୟୁନିସିପାଲଟି, ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ନିଶ୍ଚିତ କରିବେ । ସେପ୍ଟେମ୍ୱର ୩୦ ସୁଦ୍ଧା ପୌରସଂସ୍ଥା କର୍ତ୍ତୃପକ୍ଷ ଟ୍ରେଡ ଲାଇସେନ୍ସର ନବୀକରଣ ଓ ନୀରିକ୍ଷଣ ସମୟରେ ଏହା ଯେପରି କଡ଼ାକଡ଼ି ପାଳନ ହୋଇଛି ସେନେଇ ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବ୍ୟବସାୟୀମାନେ ଯେପରି ଓଡ଼ିଆ ଭାଷାରେ ସେମାନଙ୍କ ସାଇନବୋର୍ଡ ଲେଖିଭେ, ଆବଶ୍ୟକୀୟ ସଂଶୋଧନ କରିବେ, ସେଥିପାଇଁ ୫୫ ଦିନର ସମୟ ଦିଆଯିବା ସହ ପ୍ରୋତ୍ସାହନ ବି ଘୋଷଣା କରାଯାଇଛି । ନିୟମ ମାନିଲେ ଟ୍ରେଡ ଲାଇସେନ୍ସରେ ୫ ପ୍ରତିଶତ ରିହାତି ଦିଆଯିବ । ନିୟମ ନମାନିଲେ ସେପ୍ଟେମ୍ୱର ୩୦ ତାରିଖରୁ ଦିନକୁ ୫୦୦ ଟଙ୍କା ଜରିମାନା ଲାଗୁ ହେବ ।

Share the Post:

Related Posts

ଭାରତ ମୁଣ୍ଡ ନୁଆଇଁବନି :

ନୂଆଦିଲ୍ଲୀ: ରୁଷ୍ ସହ ତେଲ କାରବାର କରୁଥିବାରୁ ଭାରତ ଉପରେ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ପୂର୍ବରୁ

Read More