ପୁଣି ଥର ମୁହାଁମୁହିଁ ହେବେ ଭାରତ ପାକିସ୍ତାନ ||

ଆଜିଠୁ ଦୁଇ ଦେଶର ନୌସେନାର ସମରାଭ୍ୟାସ
ଆରବ ସାଗରରେ ଶକ୍ତି ପ୍ରଦର୍ଶନ କରିବେ ଦୁଇ ଦେଶ। ଆଜିଠୁ ଦୁଇ ନୌସେନାର ସମରାଭ୍ୟାସ। ଆଜି ଏବଂ ଆସନ୍ତାକାଲି ନାଭାଲ ଡ୍ରିଲ। ନିଜ ନିଜର ଜଳ ସୀମାରେ ରାହି ସମରାଭ୍ୟାସ କରିବେ ଦୁଇ ଦେଶର ନୌସେନା
ସମରାଭ୍ୟାସ ପୂର୍ବରୁ ନୋଟାମ ଜାରି କରିଛି ପାକିସ୍ତାନ। ପୂର୍ବରୁ ପହଲଗାମ ଆକ୍ରମଣ ପରେ ଶକ୍ତି ପ୍ରଦର୍ଶନ କରିଥିଲେ ଦୁଇ ନୌସେନା । ଆରବ ସାଗରରେ କରିଥିଲେ ସମରାଭ୍ୟାସ। ଏପ୍ରିଲ ୩୦ରୁ ମେ ୩ ତାରିଖ ପର୍ଯ୍ୟନ୍ତ ଆରବ ସାଗରରେ ନାଭାଲ ଡ୍ରିଲ ହୋଇଥିଲା ।
ଆଜିଠୁ ପୁଣି ଥରେ ଦୁଇ ଦିନ ଧରି ଶକ୍ତି ପ୍ରଦର୍ଶନ କରିବେ। ଅପରେସନ ସିନ୍ଦୂର ବେଳେ ଭାରତୀୟ ନୌସେନା ପାକିସ୍ତାନ ଉପରେ ବଡ଼ ହମଲା ପାଇଁ ପ୍ରସ୍ତୁତି କରିଥିଲା। କିନ୍ତୁ ତା ପୂର୍ବରୁ ପାକିସ୍ତାନ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଥିଲା ।

Leave a Reply

Your email address will not be published. Required fields are marked *

You cannot copy content of this page