ପୁଣି ଥରେ ଖବରରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କିନ୍ତୁ ଏଥର ଚର୍ଚ୍ଚାର କାରଣ ରାଜନୀତି କିମ୍ବା ରାହୁଲ ଗାନ୍ଧୀଙ୍କ ଉପରେ କୌଣସି କଡ଼ା ମନ୍ତବ୍ୟ ପାଇଁ ନୁହେଁ, ବରଂ ରାଜନୀତି ଛାଡିବା ନେଇ ହେଉଥିବା କଳ୍ପନା ଜଳ୍ପନା । ଶୁଣିବାକୁ ମିଳୁଛି ଦୀର୍ଘ ସମୟ ଧରି ଟେଲିଭିଜନ ଶୋ’ରୁ ଦୂରେଇ ରହିବା ପରେ ପୁଣି ଥରେ ସେ ଟିଭି ପରଦାକୁ ଫେରୁଛନ୍ତି । କେବଳ ଯେ ଜଣେ ସଫଳ ରାଜନେତ୍ରୀ ତା ନୁହେଁ ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ । ସେହି ଲୋକପ୍ରିୟତା ତାଙ୍କୁ ରାଜନୀତି ମଇଦାନକୁ ଟାଣି ନେଇଥିଲା ।
ସ୍ମୃତି ଇରାନୀ ଏକାଧାରରେ ଜଣେ ରାଜନେତ୍ରୀ, ଅଭିନେତ୍ରୀ, ଫ୍ୟାଶନ୍ ମଡେଲ୍ ଏବଂ ଟେଲିଭିଜନ ପ୍ରଯୋଜିକା । ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ବୋହୂମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତୁଳସୀ ବିରାନି ବା ସ୍ମୃତି ଇରାନୀ । ‘କ୍ୟୁଁକି ଶାସ୍ ଭି କଭି ବହୂ ଥି’ ସିରିଏଲରେ ତୁଳସୀ ଭୂମିକାରେ ଲୋକଙ୍କ ଖୁବ ମନୋରଞ୍ଜନ କରିଥିଲେ ସ୍ମୃତି । ଛୋଟ ପରଦାର ସବୁଠାରୁ ହିଟ୍ ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘କ୍ୟୁଙ୍କି ଶାଶ ଭି କଭି ବହୁ ଥି’ । ତାଙ୍କର ଦମଦାର ଅଭିନୟ ପରିବାର ପାଇଁ ତ୍ୟାଗ ତାଙ୍କୁ ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବେ ସଜାଇଥିଲା ।
ସେତେବେଳେ ସମସ୍ତଙ୍କ ମୁହଁରେ ଥିଲା ଏହି ସିରିଏଲ ଓ ତୁଳସୀ । ସିରିଏଲର ପ୍ରଯୋଜିକା ଥିଲେ ଏକତା କପୁର । ଏବେ ୨୫ ବର୍ଷ ପରେ, ଏହି ଶୋ’ ତାର ଦ୍ୱିତୀୟ ଭାଗ ନେଇ ଆସୁଛି । ଦର୍ଶକମାନେ ମଧ୍ୟ ଏହି ଶୋ’କୁ ବହୁତ ପସନ୍ଦ କରିଥିଲେ । ଏବେ ପୁଣିଥରେ ନିଜର ଲୋକପ୍ରିୟ ଚରିତ୍ରରେ ଅଭିନୟ ଜଗତକୁ ଫେରୁଛନ୍ତି ସ୍ମୃତି ଇରାନୀ । ଅନ୍ୟପଟେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ମୃତି ଇରାନୀଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇ ଉଠିଛନ୍ତି । ସୋସିଆଲ ମିଡିଆରେ ଏହା ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ।
କିନ୍ତୁ ଏଭଳି ନିଷ୍ପତ୍ତି ପଛରେ କାରଣ କ’ଣ ତାହା ବି ସେ ପ୍ରକାଶ କରିଛନ୍ତି । ଲୋକପ୍ରିୟ ଟିଭି ସୋ’ ‘କ୍ୟୁଙ୍କି ଶାଶ ଭି କଭି ବହୁ ଥି’ ମାଧ୍ୟମରେ ପ୍ରତ୍ୟେକ ଘରେ ନିଜର ଛାପ ଛାଡ଼ି ଯାଇଛନ୍ତି ସ୍ମୃତି । ତେଣୁ ପ୍ରଶଂସକମାନେ ଏହି ନୂଆ ସିଜନ୍ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ସ୍ମୃତି ଇରାନୀ ଭାରତୀୟ ଟେଲିଭିଜନ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ବିଶେଷ କରି ଟିଭି ଶୋ ‘କ୍ୟୁଙ୍କି ଶାଶ ଭି କଭି ବହୁ ଥି’ରୁ ସେ ଘରେ ଘରେ ପରିଚିତି ହୋଇଥିଲେ । ତେଣୁ ବର୍ତ୍ତମାନ ଏନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ତଥା ରାଜନେତ୍ରୀ ସ୍ମୃତି ଇରାନୀ ।
କାରଣ ଯେଉଁଠାରୁ ନିଜ କ୍ୟାରିଅରର ଆରମ୍ଭ କରିଥିଲେ ଏବେ ପୁଣିଥରେ ସେହିଠାରେ ପହଞ୍ଚିଛନ୍ତି ସ୍ମୃତି । ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଅଭିନୟ ପାଇଁ ରାଜନୀତି ଛାଡ଼ି ଦେବେ କି ସ୍ମୃତି ଇରାନୀ ? କାରଣ ସାଂସଦ ଥିବା ବେଳେ ମନ୍ତ୍ରିପଦ ପାଇଥିଲେ । ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ରହୁଲ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଥିଲା ଓ ମୁହଁରେ ଖୁବ୍ ଜବାବ ଦେବା ସତ୍ତ୍ବେ ସେ ନିର୍ବାଚନରେ ହାରି ଯାଇଥିଲେ । ଏହାପରେ ସେ ରାଜନୀତି ପରଦାରେ ଆଉ ଆଗଧାଡ଼ିରେ ନଥିଲେ ।
ତେଣୁ ପୁଣି ଟିଭି ପରଦାକୁ ଫେରୁଥିବାରୁ ତାଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଯାହାକୁ ନେଇ ସ୍ମୃତି ଏବେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପାଇଁ ପୂର୍ବରୁ ଅଭିନୟ ଓ ରାଜନୀତି ଟଙ୍କାର ଦୁଇଟି ପାର୍ଶ୍ୱ ଥିଲା । କିନ୍ତୁ ଏବେ ଅଭିନୟ ଓ ରାଜନୀତି ଉଭୟକୁ ନେଇ ଚାଲିବାକୁ ପଡ଼ିବ । ଯେଉଁଥି ପାଇଁ ସେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।’ ଯାହାପରେ ତାଙ୍କୁ ପଚରା ଯାଇଥିଲା କି କଣ ସେ ଏହା ପରେ ରାଜନୀତି ଛାଡିବାକୁ ଯାଉଛନ୍ତି? ଯାହାର ଉତ୍ତରରେ ସ୍ମୃତି କହିଥିଲେ ଯେ ଅଭିନୟ ହେଉଛି ପାର୍ଟ ଟାଇମ୍ ।
ଏବେ ବି ତାଙ୍କର ମୂଳ ଲକ୍ଷ ରାଜନୀତି । ସ୍ମୃତି ଇରାନୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଅଭିନୟ ଜଗତରେ ଖୁବ ଲୋକପ୍ରିୟତା ଅର୍ଜନ କରିଛନ୍ତି । ତାଙ୍କର ସେହି ତୁଲସୀ ବିରାନି ଇମେଜକୁ ଏବେ ପୁଣି ଥରେ ପରଦାକୁ ଆଣି ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୦୩ ମସିହାରେ ସ୍ମୃତି ଇରାନୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଯାହାପରେ ସେ ରାଜନୀତିରୁ ଆଉ ପଛକୁ ଚାହିଁ ନଥିଲେ । ବିଜେପିରେ ସେ ୨୨ ବର୍ଷରୁ ଅଧିକ ସମୟ ପୂରଣ କରିଛନ୍ତି ।
କିନ୍ତୁ ଏବେ ପ୍ରାୟ ୧୭ ବର୍ଷର ସଫଳ ରାଜନୀତି ପରେ ସେ ପୁଣିଥରେ ଟିଭି ପରଦାକୁ ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି । କ’ଣ ଯେଉଁଠାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ପୁଣିଥରେ ସେହି ସ୍ଥାନକୁ ଫେରୁଛନ୍ତି ସ୍ମୃତି ଇରାନୀ! ଏହା ପଛରେ ସତରେ ସେ ଯାହା କହୁଛନ୍ତି ସେହି କାରଣ ନା ଅନ୍ୟ କିଛି ଅଛି ? ଆଗାମୀ ସମୟ ଏହି ଉତ୍ତର ଦେବ ।

ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ :
ବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି ।