ପୀତବାସ ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଆଇନ ମଞ୍ଚରେ ୪୪ ଓକିଲ ଯୁଦ୍ଧେ ସହଯୋଗୀ ସୁଦର୍ଶନ ଦାସ :

By -SUBHASMITA oct 24 2025
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ନେଇ ରାଜ୍ୟର ଆଇନ ମଞ୍ଚରେ ଏବେ ଚର୍ଚ୍ଚାର ତୀବ୍ରତା ଦେଖାଯାଉଛି। ଗିରଫ ହୋଇଥିବା ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପକ୍ଷରେ ମୋଟ ୪୪ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରି ମାମଲା ଲଢିବାକୁ ଆଗକୁ ଆସିଛନ୍ତି।
ଏହି ମଧ୍ୟରେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଦାସକୁ ପୁଲିସ ଛାଡିଦେଇଛି। ସେ ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ ତଦନ୍ତରେ ସହଯୋଗ କରୁଛନ୍ତି ବୋଲି ପୁଲିସ ମଧ୍ୟ ସ୍ପଷ୍ଟ କରିଛି।
ଏପରିସ୍ଥିତିରେ ଘଟଣାର ଅନ୍ୟ ଅଭିଯୁକ୍ତ ପିଣ୍ଟୁ ଦାସଙ୍କ ଜୀବନ ପ୍ରତି ଜେଲରେ ବିପଦ ଥିବା ଆଶଙ୍କା ଜଣାଇଛନ୍ତି ବ୍ରହ୍ମପୁର ଜେଲର। ତେଣୁ ତାଙ୍କୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ ପକ୍ଷରୁ ଏସଡିଜେଏମ କୋର୍ଟକୁ ଆବେଦନ କରାଯାଇଛି।
ପୀତବାସ ପଣ୍ଡାଙ୍କ ହତ୍ୟା ପରେ ଆଇନ ମଞ୍ଚରେ ଆନ୍ଦୋଳନ, ସହଯୋଗୀ ଓ ଆଇନଜୀବୀମାନଙ୍କ ଭାବାନୁଭୂତି, ଏବଂ ରାଜନୀତିକ ପ୍ରତିକ୍ରିୟା ନେଇ ଏହି ମାମଲା ରାଜ୍ୟ ରାଜନୀତି ଓ ଆଇନ ଜଗତରେ ଏକ ତିବ୍ର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଉଠିଛି !

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page