ପିଚୁ ହେବ ସବୁ ଗାଁ ରାସ୍ତା ||

Talk Always Truth

ଭୁବନେଶ୍ଵର: ଗାଁ ଗଣ୍ଡା ► ରାସ୍ତାର ବିକାଶ ହେବ । ପଞ୍ଚାୟତ, ବ୍ଳକକୁ ସଂଯୋଗ କରୁଥିବା ରାସ୍ତାକୁ ପିଚୁ କରାଯିବ। ଯେଉଁ ରାସ୍ତାଗୁଡ଼ିକ ପିଚୁ ହୋଇନଥିବ ତୁରନ୍ତ ଭିନ୍ନତୀକରଣ କାମ ଆରମ୍ଭ ହେବ। ଏଥିପାଇଁ ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀକୁ ଦୁଇଟି ଅର୍ଥିକ ବର୍ଷ ପାଇଁ ୨ କୋଟି ଲେଖାଏଁ ଅନୁମୋବନ କରିଛନ୍ତି ସରକାର। ଗ୍ରାମଞ୍ଚଳରେ ଥିବା ୧୪୨ଟି ନିର୍ବାଚନମଣ୍ଡଳୀକୁ ଏ ସ୍ୱତନ୍ତ୍ର ପାଣ୍ଠି ମିଳିବ। ପ୍ରଥମ ବର୍ଷ ପାଣ୍ଠିରେ ୨୦ଟି ରାସ୍ତାର ନବାକରଣ କରାଯିବ। ରାସ୍ତା ନବୀକରଣ ପାଇଁ ସର୍ବନିମ୍ନ ୫ଲକ୍ଷ ଲେଖାଏଁ ଏଷ୍ଟିମେଟ୍ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଷ୍କରି ନେଇଛି।ରାଜ୍ୟର ଗ୍ରାମାଞ୍ଚଳରେ ଏବେ ବହୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିରହିଛି। ରାଜ୍ୟ ସରାକାର ଗମନାଗମନକୁ ଗୁରୁତ୍ବ ଦେଉଥିଲାବେଳେ ଗ୍ରାମଞ୍ଚଳର ଜନସାଧାରଣଙ୍କବିଧାୟକଙ୍କ ସୁପାରିସରେ ହେବ ରାସ୍ତା କାମ ୧୪୨ ନିର୍ବାଚନମଣ୍ଡଳୀରେ ହେବ ଗ୍ରାମ୍ୟ ରାସ୍ତା ଉନ୍ନତୀକରଣପାଇଁ ପିଚୁ ରାସ୍ତା କରିବାକୁ ଅଣ୍ଟା ଭିଡ଼ିଛନ୍ତି । କୌଣସି ଯୋଳନାରେ ନବୀକରଣ ହୋଇପାରୁନଥିବା ଗ୍ରାମ୍ୟ ରାସ୍ତାକୁ ପିଲ୍ମ୍ କରିବାକୁ ସ୍ଥିର ହୋଇଛି । ତେବେ ପିଏଳିଏ ସ୍ୱାଲ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କିମ୍ବା ଅନ୍ୟ କୌଣସି ରାଜ୍ୟ ଯୋଜନାରେ ନିର୍ମିତ ରାସ୍ତାର ଯଦି ୫ ବର୍ଷ ରକ୍ଷଣାବେକ୍ଷଣ ଅବଧି ଥିବ ତେବେ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବନି । ଏହି ରାସ୍ତା କାମ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଇଞ୍ଜିନିୟର ସ୍ଥାନ ପ୍ରସ୍ତୁତ କରିବେ। ନିର୍ବାହୀ ଯନ୍ତ୍ରୀ ଟେଣ୍ଡର କରି କାମ କରିବେ। କାମର ଗୁଣାତ୍ମକ ମାନକୁ ମଧ୍ୟ ଅଗ୍ରଧିକାର ଦିଆଯିବ । ଏ ବାବଦକୁ ଟଙ୍କା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବରାଦ ବଜେଟ ପାଣ୍ଠିରୁ ଖର୍ଚ ହେବ ବୋଲି ସରକାର ନିଷ୍ପତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ଦୁଇ ଅର୍ଥିକ ବର୍ଷର ପାଣ୍ଠି ଯୋଗାଣ ହେବ|ସରକାର ନିଷ୍ପତି ନେଇଛତି ପ୍ରସ୍ତାବିତ ରାସ୍ତାଗୁଡ଼ିକ ମଧ୍ୟରୁ ୫୦ ପ୍ରତିଶତ ସ୍ଥାନୀୟ ବିଧାୟକଙ୍କ ସୁପାରିସରେ କରାଯିବ। ବଳକା ୫୦ ପ୍ରତିଶତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗର ସୁପାରିସରେ ହେବ। ଏହି ରାସ୍ତା ଉନ୍ନତୀକରଣ ଦ୍ବାରା ଗାଁ ଗଣ୍ଡାର ଲୋକମାନେ ସୁବିଧାରେ ଯାତାୟତ କରିପାରିବେ । ଶିକ୍ଷା, ସ୍ବାସ୍ଥ୍ୟସେବା, ପଞ୍ଚୟତ କିମ୍ବା ବ୍ଳକ‌କୁ ଯିବା ଆସିବାରେ ସୁବିଧା ହେବ । ଏହାଦ୍ଵାରା ଗ୍ରାମାଞ୍ଚଳ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ହୋଇପାରିବ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page