ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଭାରତକୁ ଧମକ :

ଅପରେସନ ସିନ୍ଦୂର ପରେ ପାକିସ୍ଥାନ ନିଜର ଆତ୍ମ ନିୟନ୍ତ୍ରଣ ହରାଇ ଭାରତ ଉପରେ ବିଭିନ୍ନ ସମୟରେ ଆକ୍ରମଣ କରିବା ପାଇଁ ଧମକ ଦେଉଛି l ପ୍ରଥମେ ପାକିସ୍ଥାନ ସେନାଧ୍ୟକ୍ଷ ଅସୀମ ମୁନିର ଆମେରିକାରେ ରହି ଭାରତ ବିରୁଦ୍ଧରେ ପରମାଣୁ ଆକ୍ରମଣର ଧମକ ଦେବାର କିଛି ସମୟ ପରେ ପୂର୍ବତନ ମନ୍ତ୍ରୀ ବିଲାୱଲ୍ ଭୁଟୋ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିଲେ ଭାରତ ପାକିସ୍ଥାନ ଯୁଦ୍ଧ ହେବ ବୋଲି ଖୋଲା ଚେତାବନୀ ଦେଇଥିଲେ l ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଇସଲାମାବାଦଠାରେ କହିଛନ୍ତି ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଉଲଂଘନ କରି ଏହାକୁ ରୋକିଲେ କଡ଼ା ଜବାବ ଦିଆଯିବ,ସେଥିପାଇଁ ଭାରତ ପ୍ରସ୍ତୁତ ରହୁ l ଭାରତର କୌଣସି ଅଧିକାର ନାହିଁ ସିନ୍ଧୁ ନଦୀର ବୁନ୍ଦାଏ ପାଣି ବି ବନ୍ଦ କରିବ l ସିନ୍ଧୁର ପାଣି ହେଉଛି ପାକିସ୍ଥାନର ଆତ୍ମା l ଯଦି ଭାରତ ନିଜର ମନମାନି କରେ ତେବେ ସିନ୍ଧୁ ଜଳ ଚୁକ୍ତି ଉଲଘଂନ ହେବ ଏବଂ ପାକିସ୍ଥାନ ବାସୀଙ୍କ ସ୍ୱାର୍ଥ ପାଇଁ ତାଙ୍କ ସରକାର ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତଥା ଆନ୍ତର୍ଜାତୀୟ ଚୁକ୍ତି ଅନୁସାରେ ପାକିସ୍ଥାନକୁ ମିଳିଥିବା ଅଧିକାରକୁ ସାରା ବିଶ୍ୱ ଆଗରେ ରଖିବା ସହ ଭାରତର ମନମୁଖୀ କାର୍ଯ୍ୟ ବିରୋଧରେ କୌଣସି ବି ସ୍ତରରେ ସାଲିସ କରାଯିବ ନାହିଁ ବୋଲି ଶାହାବାଜ କହିଛନ୍ତି l

Leave a Comment