ଓ୍ୱାଟର୍ ବମ୍’ରେ ପାକିସ୍ତାନକୁ ମାରିବ ଭାରତ ! ଶୋଷରେ ମରିବ ଶତ୍ରୁ ଦେଶ! ତଥ୍ୟ ଅନୁଯାୟୀ
ଏନଏଚପିସି (NHPC) ଜୁଲାଇ ୨୯ ତାରିଖରେ ଜାମ୍ମୁ କାଶ୍ମୀରର ଚେନାବ୍ ନଦୀ ଉପରେ ୧୮୫୬ ମେଗାଓ୍ୱାଟର ଏହି ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟ ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛି । ଏଥି ପାଇଁ ମୋଟ ୨୨ ହଜାର ୭୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ପ୍ରୋଜେକ୍ଟ ଏବେ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପରେ, ଏବେ ଲମ୍ବା ସମୟ ଧରି ଅଟକି ରହିଥିବା ହାଇଡ୍ରୋ ପାଓ୍ୱାର୍ ପ୍ରୋଜେକ୍ଟକୁ ପୁଣି ନୂଆ ଜୀବନ ଦେବାକୁ ଯାଉଛି କେନ୍ଦ୍ରର ମୋଦୀ ସରକାର । ପାକିସ୍ତାନକୁ ପାନେ ଦେବାକୁ ଭାରତ ପୁଣିଥରେ ଏହି ଯୋଜନାକୁ ଆରମ୍ଭ କରିଥିବାବେଳେ, ଏଥିପାଇଁ ଗ୍ଲୋବାଲ୍ ଟେଣ୍ଡର ମଧ୍ୟ ଡାକି ଦେଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗଲା ୬ ଦଶକ ଧରି ଅଟକି ରହିଥିବା ଏହି ପ୍ରୋଜେକ୍ଟକୁ ମୋଦୀ ସରକାର ଏମିତି ସମୟରେ ଆରମ୍ଭ କରିଛି, ଯେତେବେଳେ କି ଆମେରିକା ସହିତ ବନ୍ଧୁ ହେବାକୁ ଚେଷ୍ଟା କରିଛି ଶତ୍ରୁ ଦେଶ ପାକିସ୍ତାନ ।
ଏନଏଚପିସି (NHPC) ଜୁଲାଇ ୨୯ ତାରିଖରେ ଜାମ୍ମୁ କାଶ୍ମୀରର ଚେନାବ୍ ନଦୀ ଉପରେ ୧୮୫୬ ମେଗାଓ୍ୱାଟର ଏହି ହାଇଡ୍ରୋପାଓ୍ୱାର ପ୍ରୋଜେକ୍ଟ ପାଇଁ ଗ୍ଲୋବାଲ୍ ଟେଣ୍ଡର ଡାକିଛି । ଏଥିପାଇଁ ମୋଟ ୨୨ ହଜାର ୭୦୪ କୋଟି ଟଙ୍କା ଖର୍ଚ୍ଚ ହେବ । ଆଉ ଏହି ପ୍ରୋଜେକ୍ଟ ଏବେ ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ସିନ୍ଧୁ ଜଳ ଚୁକ୍ତି କାରଣ ସିନ୍ଧୁ, ଝେଲମ ଆଉ ଚେନାବ୍ ନଦୀର ଉପଯୋଗକୁ ସୀମିତ କରିଦେଇଥିଲା । ଏହି କାରଣରୁ ଏହି ତିନି ନଦୀର ପାଣିକୁ କଣ୍ଟ୍ରୋଲ୍ କରିବାର କ୍ଷମତାକୁ ସଙ୍କୁଚିତ କରାଯାଇଥିଲା । ହେଲେ ଏବେ କିନ୍ତୁ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା କାରଣରୁ ଭାରତ ଏହି ହାଇଡ୍ରୋ ପ୍ରୋଜେକ୍ଟ ମାଧ୍ୟମରେ ପାଣି ଅଟକାଇବା ସହିତ ପାକିସ୍ତାନରୁ ପାନେ ଦେଇପାରେ । ଏହି ପ୍ରୋଜେକ୍ଟ ହେଲେ ପାକିସ୍ତାନ ଉଭୟ ଶୋଷରେ ଆଉଟୁପାଉଟୁ ହେବା ସହିତ, ବର୍ଷା ଦିନେ ବନ୍ୟାରେ ମଧ୍ୟ ବୁଡ଼ିବ ।
ସାଓ୍ୱାଲକୋଟ୍ ଓ୍ୱାଟର୍ ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ହେଲେ, ଏହା ଜାମ୍ମୁକାଶ୍ମୀରର ସବୁଠୁ ବଡ଼ ଜଳବିଦ୍ୟୁତ୍ ପରିଯୋଜନା ଭିତରୁ ଗୋଟିଏ ହେବ । ୧୯୬୦ ମସିହାରୁ ପ୍ଲାନ୍ କରାଯାଇଥିବା ଏହି ପ୍ରୋଜେକ୍ଟ ସିନ୍ଧୁ ଜଳ ଚୁକ୍ତି କାରଣରୁ ଅଟକି ରହିଥିଲା । ହେଲେ ଏବେ କିନ୍ତୁ ଏହା ପୁଣିଥରେ ଆରମ୍ଭ ହେବାକୁ ଯାଉଛି |

ବିମାନବନ୍ଦରରୁ ମିଳିଲା :
ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର