ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ

Talk Always Truth

ଭିକାରି ଦେଶ ପାକିସ୍ତାନ ରେ ତେଲ ପାଇଁ ହାହାକାର ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ

ଇସଲାମାବାଦ: ପାକିସ୍ତାନରେ ପୁଣି ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ । କାରଣ ପାକିସ୍ତାନରେ ପେଟ୍ରୋଲ, ଡିଜେଲର ଦର ଆକାଶଛୁଆଁ ହୋଇଛି ।

ପେଟ୍ରୋଲ ଲିଟର ପିଛା ଦର ୪ ଟଙ୍କା ୮୦ ପଇସା ବଢିଥିବା ବେଳେ ହାଇ ସ୍ପିଡ୍ ଡିଜେଲ ଦର ୭ ଟଙ୍କା ୯୫ ପଇସା ବୃଦ୍ଧି ପାଇଛି । ଏହି ନୂଆ ଦର ସହ ହାଇ ସ୍ପିଡ୍ ଡିଜେଲ ଲିଟରକୁ ୨୬୨.୫୯ ଟଙ୍କା ପଡିବ ଏବଂ ପେଟ୍ରୋଲ ଲିଟରକୁ ୨୫୮.୪୩ ଟଙ୍କା ପଡିବ । ଗତକାଲି ଠାରୁ ଏହି ନୂଆ ଦର ଲାଗୁ ହୋଇଛି । ଆଗାମୀ ୧୫ ଦିନ ଯାଏଁ ଏହି ବର୍ଦ୍ଧିତ ଦର ଲୋକଙ୍କୁ ପ୍ରଭାବିତ କରିବ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସେପଟେ ପୂର୍ବରୁ ମଧ୍ଯ ମେ ୩୧ ତାରିଖରେ ପାରିସ୍ତାନ ସରକାର ପେଟ୍ରୋଲ ଦର ୧ ଟଙ୍କା ବଢାଇଥିଲେ । ସେତେବେଳେ ପେଟ୍ରୋଲ ଦର ୨୫୩ ଟଙ୍କା ୬୩ ପଇସା ଥିଲା ଆଉ ଏବେ ପୁଣି ପେଟ୍ରୋଲ ଦର ବଢିବାରୁ ଖର୍ଚ୍ଚ ବଢିବା ନେଇ ସାଧାରଣ ଲୋକେ ଚିନ୍ତିତ ଅଛନ୍ତି । ପେଟ୍ରୋଲ, ଡିଜେଲ ଦରବୃଦ୍ଧିର ସିଧାସଳଖ ପ୍ରଭାବ ପରିବହନ ଏବଂ କୃଷିକାମରେ ପଡିବ ବୋଲି ଆଶଙ୍କା କରାଯାଉଛି । 


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page