ପରୀକ୍ଷା ମନା :

Talk Always Truth

ଭୁବନେଶ୍ବର: କ୍ଲାସ୍‌ରେ ୭୫% ଉପସ୍ଥାନ ନ ଥିଲେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଅଧୀନ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ। ଯେଉଁମାନଙ୍କ ଉପସ୍ଥାନ କମ୍‌ ରହିଛି ସେମାନେ ଆସନ୍ତା ୫ ମାସ ମଧ୍ୟରେ ତାହାକୁ ଭରଣା କରିବେ। ନିୟମିତ ଭାବେ କ୍ଲାସ କରି ଧାର୍ଯ୍ୟଲକ୍ଷ୍ୟରେ ପହଞ୍ଚିବାର ସୁଯୋଗ ରହିଛି। ଉପସ୍ଥାନରେ କୌଣସି ପ୍ରକାର ଜାଲିଆତିକୁ ବରଦାସ୍ତ କରାଯିବ ନାହିଁ। ଯଦି କୌଣସି ସ୍କୁଲ କିମ୍ବା ପିଲା ଜାଲିଆତି କରିଥିବା ନଜରକୁ ଆସନ୍ତି ତାହା ହେଲେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିବିଏସ୍‌ଇ ଦ୍ବାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏଭଳି କଡ଼ା ଚେତାବନୀ ଦିଆଯାଇଛି।
ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସିବିଏସ୍‌ଇ ପରୀକ୍ଷା ବାଏ-ଲ’ ଅନୁଯାୟୀ ପରୀକ୍ଷା ଦେବାକୁ ହେଲେ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୫% ରହିବା ବାଧ୍ୟତାମୂଳକ। ଜରୁରିକାଳୀନ ମେଡିକାଲ ଚିକିତ୍ସା, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ ଓ ଗୁରୁତ୍ବପୂର୍ଣ୍ଣ କାରଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କଲେ ଉପସ୍ଥାନରେ ୨୫% କୋହଳ କରାଯାଇପାରେ। ହାତରେ ଆଉ ମାତ୍ର ଅଢ଼େଇ ମାସ ଥିବାରୁ ଏହି ଉପସ୍ଥାନ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକ ନିହାତି ଭାବେ ସଚେତନ ହେବା ଆବଶ୍ୟକ। ଯଦି କୌଣସି ପିଲାର ଜରୁରୀକାଳୀନ ମେଡିକାଲ ସମସ୍ୟା ରହିଛି ତାହା ହେଲେ ସେମାନେ ଆବଶ୍ୟକ ମେଡିକାଲ ସାର୍ଟିଫିକେଟ୍‌ ଓ ପ୍ରେସ୍‌କ୍ରିପସନ୍‌ ଦାଖଲ କରିବେ। ସିବିଏସ୍‌ଇ ପକ୍ଷରୁ ଅଚାନକ ଭାବେ ବିଦ୍ୟାଳୟ ଉପରେ ଚଢ଼ାଉ କରାଯାଇ ଉପସ୍ଥାନ ଯାଞ୍ଚ କରାଯିବ।
ଯଦି କୌଣସି ଛାତ୍ରଛାତ୍ରୀ ଉପଯୁକ୍ତ ପ୍ରମାଣପତ୍ର ଦାଖଲ ନ କରି ଅନୁପସ୍ଥିତ ରହିଥିବେ, ତେବେ ସେମାନଙ୍କୁ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ ନାହିଁ। ସ୍କୁଲଗୁଡ଼ିକ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଉପସ୍ଥାନରେ ଶ୍ରେଣୀ ଶିକ୍ଷକଙ୍କ ଦସ୍ତଖତ ରହିବା ନିତାନ୍ତ ଆବଶ୍ୟକ। ପିଲା ଯଦି ନିୟମିତ ଭା‌ବେ ସ୍କୁଲ ଆସୁ ନାହିଁ ତାହା ହେଲେ ବିଦ୍ୟାଳୟ ପକ୍ଷରୁ ଏନେଇ ଅଭିଭାବକଙ୍କୁ ଲିଖିତ ଭାବେ ଅବଗତ କରାଇବେ। ସିବିଏସ୍‌ଇ ପକ୍ଷରୁ ଯାଞ୍ଚ ସମୟରେ ଯଦି ଉପସ୍ଥାନ ରେକର୍ଡରେ କୌଣସି ପ୍ରକାର ତ୍ରୁଟି, ପୂର୍ଣ୍ଣାଙ୍ଗ ହୋଇ ନ ଥିବ, ଚଞ୍ଚକତା କରାଯାଇଥିବ ତାହା ହେଲେ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍କୁଲ କର୍ତ୍ତୃପକ୍ଷ ଥରେ ଉପସ୍ଥାନ ତଥ୍ୟ ଦାଖଲ କଲେ, ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବ ନାହିଁ। ଏନେଇ ବୋର୍ଡ ପକ୍ଷରୁ ନିୟମାବଳୀ ମଧ୍ୟ ଜାରି ହୋଇଛି।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page